ଶୁଭାରମ୍ଭ ହେଲା ଆମ୍ବୁଲାନ୍ସ ବୋଟ ସେବା

ଏହି ଅବସରରେ ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁଠାରେ ଆମ୍ବୁଲାନ୍ସ ମୋଟର ବୋଟର ଶୁଭାରମ୍ଭ ହୋଇଯାଇଛି ।

(ମାଲକାନଗିରି) : ଆଜି ହେଉଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁଠାରେ ଆମ୍ବୁଲାନ୍ସ ମୋଟର ବୋଟର ଶୁଭାରମ୍ଭ ହୋଇଯାଇଛି । ଏହି ବୋଟ୍ ଆମ୍ବୁଲାନ୍ସ ଦ୍ୱାରା ନଦୀ କୁଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରିବ ।

ସୂଚନାନୁଯାୟୀ , ବାଲିମେଳା ଜଳ ଭଣ୍ଡାରରେ ପୂର୍ବରୁ ମଧ୍ୟ ସରକାରଙ୍କ ତରଫରୁ ଆମ୍ବୁଲାନ୍ସ ମୋଟର ବୋଟ ଯୋଗାଇ ଦିଆଯାଇଛି । ଏହି ଆମ୍ବୁଲାନ୍ସରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଆବଶ୍ୟକ ମେଡିସିନ, ଷ୍ଟ୍ରେଚର ସମେତ ଆବ୍ୟଶକୀୟ ମେଡିକାଲ ଇକ୍ୟୁମେଣ୍ଟ ଏହି ବୋଟରେ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଆମ୍ବୁଲାନ୍ସ ମୋଟର ବୋଟରେ ନିୟୋଜିତ ଡାକ୍ତର ।