ଇ-କମର୍ସ ୱେବସାଇଟ୍ ଆମାଜନ୍ର ପ୍ରତିଷ୍ଠାତା ତଥା ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ୬୦ ବର୍ଷିୟ ଜେଫ୍ ବେଜୋସ୍ ତାଙ୍କ ଗର୍ଲଫ୍ରେଣ୍ଡ ୫୫ ବର୍ଷିୟ ଲରେନ ସାଞ୍ଚେଜ୍ ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ଡିସେମ୍ବର ୨୮ ରେ କଲୋରଡୋର ଆସପେନରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ୬୦୦ ନିୟୁତ ଡଲାର (ପ୍ରାୟ ୫୦୦୦ କୋଟି ଟଙ୍କା) ଖର୍ଚ୍ଚ ହେବ।ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଜେଫ୍ ବେଜୋସ୍ ଏବଂ ଲରେନ୍ ସାଞ୍ଚେଜଙ୍କ ବିବାହ ଆସନ୍ତା ଶନିବାର ଅନୁଷ୍ଠିତ ହେବ। ତେବେ ବେଜୋସ୍ କିମ୍ବା ସାଞ୍ଚେଜ୍ ଙ୍କ ପକ୍ଷରୁ ବିବାହ ତାରିଖ ସମ୍ପର୍କରେ ଏପର୍ୟ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ ।
ଏହି ଭବ୍ୟ ବିବାହରେ ଅନେକ ହାଇପ୍ରୋଫାଇଲ ସେଲିବ୍ରିଟି ଯୋଗ ଦେବାର ସମ୍ଭାବନା ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିବାହରେ ବିଲ୍ ଗେଟ୍ସ, ଲିଓନାର୍ଡୋ ଡିକାପ୍ରିଓ ଏବଂ ଜୋର୍ଡାନର ରାଣୀ ରାନିଆଙ୍କ ଭଳି ସେଲିବ୍ରିଟି ଯୋଗ ଦେଇପାରନ୍ତି ।ଏହି ଭବ୍ୟ କାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତି ପାଇଁ ପାର୍ଟି ପ୍ଲାନରମାନଙ୍କୁ ଏକ ନନ୍-ଡିସ୍କ୍ଲୋଜର ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିଛି, ଯାହା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ତ ବିବରଣୀ ସାର୍ବଜନୀନ କରିପାରିବେ ନାହିଁ । ଆସ୍ପେନରେ ଆୟୋଜିତ ଏହି ବିବାହକୁ ସ୍ପେଶାଲ କରିବା ପାଇଁ ସାରା ବିଶ୍ୱରୁ ବଛାବଛା ଜିନିଷ ମଗାଯିବ ।
ଲରେନ୍ ୨୦୦୫ ରେ ଓଲିଉଡର ଏଜେଣ୍ଟ ପାଟ୍ରିକ୍ ୱାଇଟସେଲଙ୍କୁ ବିବାହ କରିଥିଲେ। ସେ ୨୦୧୯ ରେ ୧୩ ବର୍ଷ ପରେ ପାଟ୍ରିକ୍ଙ୍କୁ ଛାଡପତ୍ର ଦେଇଥିଲେ ଜ୍ଝ ପାଟ୍ରିକ୍ ସହିତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଇଭାନ୍ ନାମକ ଏକ ପୁଅ ଏବଂ ଏଲା ନାମକ ଏକ ଝିଅ ଅଛନ୍ତି । ସେପଟେ ବେଜୋସ୍ ମଧ୍ୟ ୨୫ ବର୍ଷ ପରେ ନିଜ ପତ୍ନୀ ମାକେଞ୍ଜି ସ୍କଟ୍ଙ୍କୁ ୨୦୧୯ ରେ ଛାଡପତ୍ର ଦେଇଥିଲେ। ବେଜୋସଙ୍କର ତିନି ପୁଅ ଏବଂ ଏକ ପୋଷ୍ୟ କନ୍ୟା ଅଛନ୍ତି ।
ଆମାଜନ ପ୍ରତିଷ୍ଠାତାଙ୍କର ନିଟ୍ ମୂଲ୍ୟ ହେଉଛି ୨୦.୨୬ ଲକ୍ଷ କୋଟି ଟଙ୍କା । ଜେଫ୍ ବେଜୋସଙ୍କ ସମ୍ପତ୍ତି ମୂଲ୍ୟ ୨୦.୨୬ ଲକ୍ଷ କୋଟି ଟଙ୍କା । ଦୁନିଆର ଦ୍ୱିତୀୟ ଧନୀ ବ୍ୟବସାୟୀ ବେଜୋସ୍ ଆମାଜନ୍ର ପ୍ରତିଷ୍ଠାତା ତଥା ସିଇଓ ଅଟନ୍ତି। ସେ ନ୍ୟୁଜ୍ ମିଡିଆ ହାଉସ୍ ୱାଶିଂଟନ୍ ପୋଷ୍ଟର ମାଲିକ ଏବଂ ବ୍ଲୁ ଅରିଜିନ୍ ନାମକ ଏକ ସବ୍-ଅର୍ବିଟାଲ୍ ସ୍ପେସ୍ ଫ୍ଲାଇଟ୍ ସର୍ଭିସର ପ୍ରତିଷ୍ଠାତା ଅଟନ୍ତି।