(ରିପୋର୍ଟସ ଟୁଡେ) : ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୩୩.୯୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବ୍ଲକ ଗୁଡିକ ହେଲା – ଗଞ୍ଜାମ ଜିଲ୍ଲାର ଟିକିଟି, ଯାଜପୁର ଜିଲ୍ଲାର ବଡଚଣା, ଢେଙ୍କନାଳ ଜିଲ୍ଲାର ହିନ୍ଦୋଳ, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ରାୟଗଡା ଜିଲ୍ଲାର ଗୁଡାରୀ ଓ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ।
ଗଞ୍ଜାମ ଜିଲ୍ଲାର ଟିକିଟି ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୪.୨୧ କୋଟି ଟଙ୍କାରେ ୯୭ ଟି ପ୍ରକଳ୍ପ , ଯାଜପୁର ଜିଲ୍ଲାର ବଡଚଣା ବ୍ଲକର ୪୩ଟି ପଞ୍ଚାୟତ ପାଇଁ ୧୦.୭୫ କୋଟି ଟଙ୍କାରେ ୪୧୧ ଟି ପ୍ରକଳ୍ପ, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକର ୩୫ ଟି ପଞ୍ଚାୟତ ପାଇଁ ୭କୋଟି ଟଙ୍କାରେ ୨୭୯ଟି ପ୍ରକଳ୍ପ, ବାଲିଅନ୍ତା ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୩୮ଟି ପ୍ରକଳ୍ପ , ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୪.୧୦ କୋଟି ଟଙ୍କାରେ ୨୭୯ଟି ପ୍ରକଳ୍ପ , ରାୟଗଡା ଜିଲ୍ଲାର ଗୁଡାରୀ ବ୍ଲକର ୯ଟି ପଞ୍ଚାୟତର ପାଇଁ ୧.୦୩ କୋଟି ଟଙ୍କାରେ ୪୯ଟି ପ୍ରକଳ୍ପ, ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨.୮୭ କୋଟି ଟଙ୍କାରେ ୧୧୮ ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ , ସାଂସଦ , ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ , ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।