୧୭୧ ଟି ପଞ୍ଚାୟତ ପାଇଁ ୩୮.୪୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

( ଗୋବିନ୍ଦ ଚନ୍ଦ୍ର ପଣ୍ଡା/କାହ୍ନୁ ଚରଣ ସାହୁ)  : ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୮ ଟି ଜିଲ୍ଲାର ୧୦ ଟି ବ୍ଲକ ପାଇଁ ୩୮.୪୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବ୍ଲକ ଗୁଡିକ ହେଲା ବରଗଡ ଜିଲ୍ଲାର ବରପାଲୀ, ପୁରୀ ଜିଲ୍ଲାର ବ୍ରହ୍ମଗିରି, ରାୟଗଡା ଜିଲ୍ଲାର କାଶିପୁର, ସମ୍ବଲପୁର ଜିଲ୍ଲାର ବାମରା, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ କୋଟପାଡ, କେନ୍ଦୁଝର ଜିଲ୍ଲାର ପାଟଣା, କଳାହାଣ୍ଡି ଜିଲ୍ଲାର କାରଲାମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ ରାଇରଙ୍ଗପୁର ବ୍ଲକ ।

 ବରପାଲୀ ବ୍ଲକର ୨୩ଟି ପଞ୍ଚାୟତ ପାଇଁ ୩.୯୧ କୋଟି ଟଙ୍କାରେ ୨୨୯ଟି ପ୍ରକଳ୍ପ, ବ୍ରହ୍ମଗିରି ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୫.୬୩ କୋଟି ଟଙ୍କାରେ ୩୬୯ଟି ପ୍ରକଳ୍ପ, କାଇପୁର ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୫ କୋଟି ଟଙ୍କାରେ ୨୧୩ ଟି ପ୍ରକଳ୍ପ, ବାମରା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୩.୭୧ କୋଟି ଟଙ୍କାରେ ୧୬୮ଟି ପ୍ରକଳ୍ପ, ଲକ୍ଷ୍ମୀପୁର ବ୍ଲକର ୧୩ଟି ପଞ୍ଚାୟତ ପାଇଁ ୩.୪୧କୋଟି ଟଙ୍କାରେ ୧୭୫ଟି ପ୍ରକଳ୍ପ, କୋଟଗାଡ ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୪.୩୪ କୋଟି ଟଙ୍କାରେ ୧୫୮ଟି ପ୍ରକଳ୍ପ, ପାଟଣା ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୧୦୪ଟି ପ୍ରକଳ୍ପ କରଲାମାଣ୍ଡା ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨.୪୦ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ, ଉଦଳା ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୯୫ଟି ପ୍ରକଳ୍ପ ଓ ରାଇରଙ୍ଗପୁର ବ୍ଲକର ୯ଟି ପଞ୍ଚାୟତ ପାଇଁ ୨.୨୫ କୋଟି ଟଙ୍କାରେ ୯୬ ଟି ପ୍ରକଳ୍ପ ପାଇଁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।