ମହଙ୍ଗା ପଡିଲା ଆମ ବସ୍‌ କଣ୍ଡକ୍ଟରଙ୍କ ଦାଦାଗିରି, କଡା କାର୍ଯ୍ୟାନୁଷ୍ଠାନ ନେଲା CRUT

ଭୁବନେଶ୍ଵର: ଯାତ୍ରୀଙ୍କୁ ‘ଆମ ବସ୍‌’ କଣ୍ଡକ୍ଟରଙ୍କ ଥାପଡ଼ ମାଡ଼ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେଲା କ୍ରୁଟ୍ । ସମ୍ପୃକ୍ତ ଗାଇଡ (କଣ୍ଡକ୍ଟର)କୁ ଚାକିରିରୁ ବହିଷ୍କାର କଲା CRUT । ଏଥିସହ ଘଟଣା ପାଇଁ ‘ଏକ୍ସ’ ଜରିଆରେ ଦୁଃଖ ପ୍ରକାଶ କରିଛି କ୍ରୁଟ । ଚାକିରିରୁ ବହିଷ୍କାର ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଆଜି ୨୮ ନଂ ରୁଟ୍‌ରେ ଅପ୍ରିତିକର ଘଟଣା ଘଟିଥିଲା । ଅବଶିଷ୍ଟ ଟିକେଟ୍‌ ମୂଲ୍ୟ ପାଇବାକୁ ନେଇ ଯୁକ୍ତିତର୍କ ହୋଇଥିଲା ବସ୍ କଣ୍ଡକ୍ଟର ଏବଂ ଯାତ୍ରୀଙ୍କ ମଧ୍ୟରେ । ଏହାପରେ ଗାଇଡ୍‌ ଯାତ୍ରୀଙ୍କୁ ବସ୍‌ ବାହାରକୁ ଆଣି ଥାପଡ଼ ମାରିଥିଲେ । କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ଼ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲା । ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପ୍‌ରେ ଥାପଡ଼ ମାରିଥିଲେ । OD33AH0166 ନଂ ଥିବା ଆମ ବସ୍‌ କଣ୍ଡକ୍ଟର କରିଥିଲେ ଏହି ଦାଦାଗିରି ।