ଗଞ୍ଜାମ: ଅଲ ଓଡିଶା ଲୟାର ଆସୋସିଏସନର ସୁବର୍ଣ ଜୟନ୍ତୀ ଉତ୍ସବ ଆସନ୍ତା ୨୯ ଓ ୩୦ ଡିସେମ୍ବରରେ ୨ ଦିନ ଧରି ପାଳନ କରିବା ପାଇଁ ଗଂଜାମ ବାର ଆସୋସିଏସନ ପକ୍ଷରୁ ସାଧାରଣ ପରିଷଦ ବୈଠକରେ ନିଆ ଯାଇଛି ନିଷ୍ପତି । ଓଡ଼ିଶାର ବରିଷ୍ଠ ଆଇନଜୀବୀ ଏବଂ ଅଲ ଓଡିଶା ଲୟାର ଆସୋସିଏସନ ପୃଷ୍ଠ ପୋଷକ ସ୍ୱର୍ଗତ ଶ୍ରୀ ବସନ୍ତ ପାଣିଗ୍ରାହୀ ଙ୍କ ସ୍ମୃତିରେ ହେବ ଏ ବର୍ଷର ସୁବର୍ଣ୍ଣ ଜୟନ୍ତୀ। ଆଜି ଆସୋସିଏସନର କର୍ମକର୍ତା ଏବଂ ଗଞ୍ଜାମ ବାର ଆସୋସିଏସନ ର ସଭାପତି, ଉପ ସଭାପତି, ସମ୍ପାଦକ, ସହ ସମ୍ପାଦକ ଓ ଗଞ୍ଜାମର ବରିଷ୍ଠ ଆଇନଜୀବୀ ମାନଙ୍କ ଉପସ୍ଥିତିରେ ମିଳିତ ବିବୃତି ଦିଆ ଯାଇଛି ।ଏହି ଉତ୍ସବରେ ଗଞ୍ଜାମ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତମାନର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ହବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି।