ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ତଥା ସମଲ ଥାନା ସୁଲେଇପାଳ ଗ୍ରାମର ସୌରିନ୍ଦ୍ରୀ ଦାସ ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ନିର୍ଯାତନା ଦେବା ନେଇ ସମଲ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏ ଘଟଣା ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୌରୀନ୍ଦ୍ରି ବଲାଙ୍ଗୀ ଗ୍ରାମର ଯୋଗୀନାଥ ଦାସଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ । ବିବାହ ବେଳେ ବରପକ୍ଷର ଦାବି ମୁତାବକ ଯୌତୁକ କନ୍ୟାଘର ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହା ପରେ ମଧ୍ୟ ବାପଘରୁ ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ ସୌରୀନ୍ଦ୍ରିଙ୍କ ଶାଶୁଘର ଲୋକେ । ତେବେ ବାପା ଦିନ ମଜୁରିଆ ହୋଇଥିବାରୁ ଯୌତୁକ ବାବଦକୁ ଟଙ୍କାଟିଏ ମଧ୍ୟ ଦେଇପାରିବେ ନାହିଁ ବୋଲି ସେ ଶାଶୁ ଘରେ ଜଣାଇଥିଲେ । ଏହାପରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ସୌରିନ୍ଦ୍ରୀ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି।