ଭୁବନେଶ୍ବର: ରାଜ୍ୟର ସବୁ ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସ ହେବ Wi-Fi ଯୁକ୍ତ। ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା Wi-Fi। ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତି। ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ ଲାଇନରେ ରହିଛି। ମାଗଣା ଇଣ୍ଟରନେଟ ସୁବିଧା ଦ୍ଵାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ। ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ। ଏଥିପାଇଁ କ୍ୟାମ୍ପସରେ ୱାଇ-ଫାଇ ନେଟୱାର୍କ ଲଗାଇବା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ଵ ବିଦ୍ୟାଳୟର କୁଳସଚିବ ମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।