୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥି ନେଇ ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ୧୦ ତାରିଖରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କମିଶନଙ୍କ ସଚିବ ସବୁ ରାଜନୈତିକ ଦଳମାନଙ୍କୁ ଚିଠି ଲେଖିଛନ୍ତି । ଏହି ବୈଠକ ୧୦ ତାରିଖ ଦିନ ଦିନ୧୧.୩୦ରେ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ହେବ । ଏଥିରେ ନିର୍ବାଚନ କିପରି ଅବାଧ ଏବଂ ନିରପେକ୍ଷ ଭାବେ ହୋଇ ପାରିବ ତା ଉପରେ ଆଲୋଚନା କରାଯିବ ।
ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ସତ୍ତେ୍ୱ କିପରି କୋଭିଡ ପ୍ରେଟୋକଲରେ ନିର୍ବାଚନ ହେବ ସେନେଇ ମଧ୍ୟ ଆଲୋଚନା ହେବ । କଂଗ୍ରେସ କହିଛି, ସଂକ୍ରମଣ ବଢିଲେ ନିର୍ବାଚନ ଘୁଞ୍ଚିବା ଦରକାର । ବିଜେପି କହିଛି, ସଂକ୍ରମଣକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଆଲୋଚନା କରି ନିଷ୍ପତ୍ତି ନିଆଯିବା ଉଚିତ । ବିଜେଡିର ମତ ଯଦି ୟୁପି ଭଳି ଦେଶରେ ସାଧାରଣ ନିର୍ବାଚନ ହୋଇ ପାରିବ ପଞ୍ଚାୟତ ନିର୍ବାଚନ କଟକଣା ଭିତରେ କରିବା ଅସୁବିଧା କେଉଁଠି ?