ସର୍ବ ଭାରତୀୟ ସ୍ତରରେ ଟ୍ରକ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇଲା ଟ୍ରକ ଡ୍ରାଇଭର ମହାସଂଘ । ହିଟ ଆଣ୍ଡ ରନ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରତ୍ୟାହାର ଦାବିକରି ଆଜି ଠାରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ସର୍ବ ଭାରତୀୟ ସ୍ତରରେ ଟ୍ରକ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ପେଟ୍ରୋଲ ଡିଜେଲ ସମେତ ଆନ୍ତରାଜ୍ୟ ପରିବହନ ଠପ୍ ହେବାକୁ ଯାଉଛି।ଗତକାଲି ଡ୍ରାଇଭର ମହାସଂଘର ୬ଟି ଫେଡେରେସନ୍ ଦିଲ୍ଲୀରେ ବୈଠକ କରିଥିଲେ । ବୈଠକ ପରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇନପାରିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ ।