ମୁମ୍ବାଇ : ଗୋଟିଏ ଫ୍ରେମରେ ନଜର ଆସିବେ ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାର, ଟାଇଗର ଶ୍ରଫ | ଫେମସ ନିର୍ମାତା ଅଲ୍ଲି ଅବ୍ବାସ ଜାଫର ଆଗାମୀ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ରେ କାମ ଆରମ୍ଭ କରି ଦେଇଛନ୍ତି। ଏହି ଫିଲ୍ମର ଆସନ୍ତା ବର୍ଷ ଜାନୁଆରୀ ୧୭ରେ ସୁଟିଂ ଆରମ୍ଭ କରିବାକୁ ଯୋଜନା କରିଛନ୍ତି ମେକର୍ସ। ରିପୋର୍ଟ ଅନୁଯାୟୀ, ଫିଲ୍ମର ପ୍ରଥମ କାର୍ଯ୍ୟସୂଚୀ ଜାନୁଆରୀ ୧୭ରୁ ମୁମ୍ବାଇର ୟଶ ରାଜ ଷ୍ଟୁଡିଓରେ ଅକ୍ଷୟ, ଟାଇଗର, ପୃଥ୍ବୀରାଜ ଏବଂ ଫିଲ୍ମର ସମସ୍ତ ଟିମ୍ ସହିତ ଆରମ୍ଭ ହେବ। ପରବର୍ତ୍ତୀ କାର୍ଯ୍ୟସୂଚୀ ଫିଲ୍ମସିଟିରେ ହେବ।
ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଏବଂ ମାନୁଷୀ ଚିଲ୍ଲର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ୨୦୨୩ର ସବୁଠୁ ବଡ଼ ବଜେଟ ଫିଲ୍ମ ମଧ୍ୟରୁ ଏହା ଅନ୍ୟତମ ବୋଲି କୁହାଯାଉଛି, ଭାରତ କାର୍ଯ୍ୟସୂଚୀ ଫେବୃଆରୀ ଶେଷ ସୁଦ୍ଧା ଶେଷ ହେବ, ଯାହା ପରେ ଦଳ ୟୁଏଇ ଏବଂ ୟୁରୋପରେ ସୁଟିଂ କରିବ।