ଭୁବନେଶ୍ୱର(ରିପୋର୍ଟସ ଟୁଡେ) ଆଜି ଓଡିଆ ଅଭିନେତା ବା ମୋ କଲୋଜର ଚୋୟାର ପର୍ସନ ଆକାଶ ଦାଶ ନାୟକ ନିଜ ଜନ୍ମଦିନରେ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛନ୍ତି । ଶୁକ୍ରବାର ଦିନ ଭୁବନେଶ୍ୱରର ଶ୍ରୀକୃଷ୍ଣଆନନ୍ଦ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁଏକ ମାଗଣା ଚକ୍ଷୁ ଏବଂ ସ୍ୱାସ୍ଥ୍ୟ ଯାଞ୍ଚଶିବିର ଆୟୋଜନ କରିଥିଲେ । ଆକାଶ ଦାସ ନାୟକଙ୍କ ସାମାଜିକ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଚକ୍ଷୁ ଚିକିତ୍ସାଳୟ ଏବଂ ଶ୍ରୀହସ୍ପିଟାଲ ସହଭାଗିତାରେ ବୃଦ୍ଧାଶ୍ରମରେ ସ୍ୱାସ୍ଥ୍ୟ ଯାଞ୍ଚ କିଓସ୍କର ଆୟୋଜନକରାଯାଇଥିଲା।

ବିଭିନ୍ନ ରୋଗରେ ଆକ୍ରାନ୍ତ ବୃଦ୍ଧାଶ୍ରମ ଅନ୍ତେବାସୀ ଏବଂ ବରିଷ୍ଠ ନାଗରିକ ତଥା ପାଖଅଞ୍ଚଳର ଲୋକମାନେ ଏହି କିଓସ୍କକୁ ଆସି ଚିକିତ୍ସିତ ହୋଇଥିଲେ। ଏହିପରିପ୍ରେକ୍ଷୀରେ ରୋଗୀମାନଙ୍କୁ ମାଗଣା ଔଷଧ ମଧ୍ୟବଣ୍ଟନ କରାଯାଇଥିଲା ।
ଆକାଶ ଦାଶ ନାୟକ ମଧ୍ୟ ଅନ୍ତେବାସୀଙ୍କ ଗହଣରେ ସମୟ ଅତିବାହିତ କରିବା ସହିତ ସେମାନଙ୍କ ସ୍ୱାସ୍ଥବସ୍ଥା ପଚାରି ବୁଝିଥିଲେ । ଅଭିନେତାଙ୍କ ସହିତ ସମୟ ଅତିବାହିତ କରିଥିବାରୁ ଅନ୍ତେବାସୀମାନେ ଖୁସିବ୍ୟକ୍ତ କରିଥିଲେ ।