ନୂଆଦିଲ୍ଲୀ: ଆଜି ଜମ୍ମୁ ଓ କାଶ୍ମୀରର କଠୁଆ ଜିଲ୍ଲାରୁ ‘ପିଆଇଏ’ (ପାକିସ୍ତାନ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ଲାଇନ୍ସ୍) ଲୋଗୋ ଥିବା ଗୋଟାଏ ବିମାନ ଆକୃତିର ବେଲୁନ୍ ଉଦ୍ଧାର କରାଯାଇଛି। କଳା ଓ ଧଳା ରଙ୍ଗର ଏହି ରହସ୍ୟମୟ ବେଲୁନ୍ କଠୁଆ ଜିଲ୍ଲାର ହୀରାନଗର ଅଞ୍ଚଳର ଗୋଟାଏ ପଡ଼ିଆରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା। ନିରାପତ୍ତା ବଳ ଉକ୍ତ ବେଲୁନ୍କୁ ଜବତ କରିବା ସହିତ ଏହା କେଉଁଠୁ ଆସିଲା ତାହା ଜାଣିବା ଲାଗି ସେ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ କରିଛନ୍ତି।
ଚଳିତ ବର୍ଷ ଫେବ୍ରୁଆରି ମାସରେ ମଧ୍ୟ ଶିମ୍ଲାର ଗୋଟାଏ ସେଓ ବଗିଚାରୁ ଗୋଟାଏ ବିମାନ ଆକୃତିର ସବୁଜ ଓ ଧଳାରଙ୍ଗର ବେଲୁନ୍ ଉଦ୍ଧାର କରାଯାଇଥିଲା। ସେଥିରେ ମଧ୍ୟ ‘ପିଆଇଏ’ର ଲୋଗୋ ଛାପା ଯାଇଥିଲା। ପଞ୍ଜାବ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ‘ବିଏସ୍ଏଫ୍’ ଯବାନମାନେ ୪ଟି ପାକିସ୍ତାନୀ ଡ୍ରୋନ୍କୁ ବାଧା ଦେବା ସହିତ ସେଥିରୁ ୩ଟି ଡ୍ରୋନ୍କୁ ଗୁଳି ମାରି ଖସାଇ ଦେଇଥିଲେ।
ଚଳିତ ବର୍ଷ ମେ ୨୦ ତାରିଖରେ ଅମୃତସରରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍କୁ ଗୁଳି ମାରି ଖସାଇ ଦେବା ସହିତ ସେଥିରୁ ନିଶାଦ୍ରବ୍ୟ ଅଛି ବୋଲି ସନ୍ଦେହ କରାଯାଉଥିବା ବ୍ୟାଗ୍ଟିଏ ଜବତ କରାଯାଇଥିଲା।