ନୂଆଦିଲ୍ଲୀ: ଦିଲ୍ଲୀରେ ବିଗିଡିଲାଣି ବାୟୁ ଗୁଣବତ୍ତା। ଆଜିବାୟୁ ଗୁଣବତ୍ତା ‘ଅତ୍ୟନ୍ତ ନିମ୍ନଶ୍ରେଣୀ’ କୁ ଖସି ଆସିଛି। ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ରୁ ଅଧିକ ରେକର୍ଡ କରିଛି। ଆଜି ସକାଳେ ଘନ କୁହୁଡି ଯୋଗୁଁ ଦିଲ୍ଲୀର ଅନେକ ଅଞ୍ଚଳ ରେ ଏକ୍ୟୁଆଇ ୩୦୭ରେ ପହଞ୍ଚିଥିଲା। ସର୍ବନିମ୍ନ ତାପମାତ୍ରା ୨୦.୪ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଆଜି ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ସେଲସିୟସରେ ପହଞ୍ଚିବାର ସମ୍ଭାବନା ରହିଥିଲା। ତେବେ ଦିଲ୍ଲୀରେ ବାୟୁ ଗୁଣବତ୍ତା ହ୍ରାସର ଏକ ପ୍ରମୁଖ କାରଣ ହେଉଛି ପଞ୍ଜାବ ଏବଂ ହରିୟାଣା ଭଳି କୃଷି ପ୍ରାଧାନ୍ୟ ରାଜ୍ୟରେ ନଡ଼ା ଜଳିବା।