(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଓଡିଶାର ସର୍ବବୃହତ ବିମାନବନ୍ଦର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ୨୦୧୮ ବର୍ଷ ପାଇଁ ସମ୍ମାନ ଜନକ ଏଏସକ୍ୟୁ (ଏୟାରପୋର୍ଟ ସର୍ଭିସ କ୍ୱାଲିଟି ) ପୁରସ୍କାର ଲାଭ କରିଛି । ଏହି ବିମାନବନ୍ଦରର ଆକାର-ପ୍ରକାର ଏବଂ ଯାତ୍ରୀ ପରିବହନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ମାନ୍ୟତା ଲାଭ କରି ଅନ୍ୟାନ୍ୟ ବିମାନବନ୍ଦରର ସମକକ୍ଷ ହୋଇପାରିଛି ବୋଲି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ଶକ ସୁରେଶ ହୋତା ପ୍ରକାଶ କରିଛନ୍ତି ।
ଏହି ତାଲିକାରେ ଚଣ୍ଡିଗଡ ବିମାନବନ୍ଦର, ଇନେ୍ଦାରର ଦେବୀ ଅହଲ୍ୟାବାଈ ହଲକାର ବିମାନବନ୍ଦର, ଇଣ୍ଡୋନେସିଆର ଏସଏମ ବଦାରୁଉଦିନ-୨ ବିମାନ ବନ୍ଦର ଏସଏମକାଲାମ -୨ ବିମାନବନ୍ଦର ଏବଂ ଚୀନର ଇଚାଙ୍ଗ ସାନସ୍କିଆ ବିମାନବନ୍ଦର ରହିଛି ।
ଶ୍ରୀ ହୋତା ଆହୁରି କହିଛନ୍ତି ବିଶ୍ୱ ବିମାନବନ୍ଦର ମାନଚିତ୍ରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଏକ ଉପଯୁକ୍ତ ସ୍ଥାନ ପାଇବା ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ବିଶ୍ୱ ବିମାନ ବନ୍ଦର କମ୍ୟୁନିଟି (ଏୟାରପୋର୍ଟ କାଉନସିଲ ଇଣ୍ଟରନାସନାଲ )ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ତାର ଉପସ୍ଥିତି ଜାହିର କରି ବିଭିନ୍ନ ଉନ୍ନତ ବିମାନବନ୍ଦର ଗୁଡିକ ମଧ୍ୟରେ ଏକ ନମ୍ବର ହୋଇପାରିବା ଯୋଗୁ ଶ୍ରୀ ହୋତା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।