(ରିପୋର୍ଟସ ଟୁଡ଼େ): ବାହାରେ ନୁହେଁ ବରଂ ଘର ଭିତର ବାୟୁ ମଧ୍ୟ ବିଷାକ୍ତ ହେଉଛି ବୋଲି ମେଡିକାଲ ରିସର୍ଚ୍ଚ କରୁଥିବା ସଂସ୍ଥା ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ) ନୂତନ ଅଧ୍ୟୟନରୁ ଜଣାପଡ଼ିଛି । ଏହା ଭାରତରେ ପ୍ରଥମ ଥର ପାଇଁ ଅଧ୍ୟୟନ ହୋଇଛି, ଯେଉଁଥିରେ କି ପ୍ରଦୂଷଣ ଯୋଗୁଁ ଲୋକଙ୍କ ମୃତ୍ୟୁ ହେଉଛି । ଅଧ୍ୟୟନରେ ରୋଗ ଏବଂ ଶରୀର ଉପରେ ପଡୁଥିବା ପ୍ରଭାକୁ ସାମିଲ କରାଯାଇଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ବାୟୁମଣ୍ଡଳ ଶୁଦ୍ଧ ରହିଲେ ଲୋକଙ୍କ ଆୟୁଷ ହାରାହାରି ଗୋଟିଏ ବର୍ଷ ୭ ମାସ ଅଧିକ ହୋଇଯିବ । ଦେଶର ୭୭ ପ୍ରତିଶତ ଜନତା ବାୟୁ ପ୍ରଦୂଷଣରେ କଲବଲ ହେଉଛନ୍ତି । ତମାଖୁକୁ ପ୍ରଦୂଷଣ ବଳି ପଡ଼ିଛି ।
ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ବିପଦ । ଏହା ଦ୍ୱାରା କର୍କଟ ରୋଗ ସମେତ ଅନ୍ୟ ରୋଗ ହେବାର ଆଶଙ୍କା ରହିଥାଏ । ଏକ ସଦ୍ୟତମ ଅଧ୍ୟୟନରୁ ଜଣାପଡ଼ିଛି ଯେ, ତମାଖୁ ଅପେକ୍ଷା ବାୟୁ ପ୍ରଦୂଷଣ ଅଧିକ ବିପଦ ହୋଇଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ଅଧ୍ୟୟନରେ ଖୁଲାସା ହୋଇଛି ଯେ, ତମାଖୁ ତୁଳନାରେ ପ୍ରଦୂଷଣ ଅଧିକ ବିପଦ । ପ୍ରଦୂଷଣ ଯୋଗୁଁ ଅଧିକ ଲୋକ ରୋଗର ଶିକାର ହେଉଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଗତ ବର୍ଷ ଦେଶରେ ୧୭.୪ ପ୍ରତିଶତ ଲୋକଙ୍କ ମୃତ୍ୟୁ ପ୍ରଦୂଷଣ ଯୋଗୁଁ ହୋଇଛି ।
ବାୟୁ ପ୍ରଦୂଷଣ ଯୋଗୁଁ ଗର୍ଭପାତକୁ ମଧ୍ୟ ବିପଦ ପହଞ୍ଚାଇପାରେ । ଆମେରିକାର ୟୁଟା ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରେ ଏହା କୁହାଯାଇଛି । ରିସର୍ଚ୍ଚର ଟିମ ବାୟୁରେ ୩ ସାଧାରଣ ପ୍ରଦୂଷକ ଜିନିଷ (ଅତିସୁକ୍ଷ୍ମ କୋଣ, ନାଇଟ୍ରୋଜେନ ଅକସାଇଡ ଏବଂ ଓଜୋନର ମାତ୍ରା ଅଧିକ) ପାଇଛନ୍ତି ।