ଭାରତ : ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଅନେକ ଲୋକ ଫସିଯାଇଛନ୍ତି । ସେଠାରେ ଅନେକ ଭାରତୀୟ ନାଗରିକ ମଧ୍ୟ ଫସିରହିଛନ୍ତି । ସେମାନଙ୍କୁ ୟୁକ୍ରେନରୁ କିପରି ଅଣାଯିବ ଭାରତ ସରକାର ଏ ନେଇ ଅରମ୍ଭ କରିସାରିଛନ୍ତି ପ୍ରସ୍ତୁତି । ସେଠାରେ ଫଶି ରହିଥିବା ଭାରତୀୟଙ୍କୁ ପ୍ରଥମେ ସଡକ ପଥରେ ପଡୋଶୀ ଦେଶକୁ ଅଣାଯିବ ବୋଲି ଭାରତ ସରକାର ଯୋଜନା କରିିଥିବା ଜଣା ପଡିଛି । ଏହା ପରେ ସେମାନଙ୍କୁ ବିମାନ ସାହାଯ୍ୟରେ ପଡୋଶୀ ଦେଶରୁ ଅଣା ଯିବ । ମିଳିଥିବା ସୂଚନା ଅନୁସାରେ, ଭାରତ ସରକାର ଏୟାର ଇଣ୍ଡିଆର ୪ଟି ବିମାନକୁ ପ୍ରସ୍ତୁତ କରିଛନ୍ତି ।
ପ୍ରଥମେ ବିମାନ ରୋମାନୀଆ ଓ ହଙ୍ଗେରୀରୁ ଓଡାଣ ଭରିବ ବୋଲି କୁହାଯାଇଛି । ୟୁକ୍ରେନର ପଡୋଶୀ ଦେଶ ହଙ୍ଗେରୀ, ପୋଲାଣ୍ଡ,ସ୍ଲେବାକ ଗଣରାଜ୍ୟ ଓ ରୋମାନିଆ ସହ ଆଲୋଚନା କରିଛି ଭାରତ । ଶନିବାର ଦିନ ଦିଲ୍ଲୀରୁ ଏୟାର ଇଣ୍ଡିଆର ବିମାନ ରୋମାନିଆ, ବୋଖରେଷ୍ଟ ଓ ହଙ୍ଗେରୀ ପଠାଇବାକୁ ଯୋଜନା ରହିଛି। ଏନେଇ ବିଦେଶ ମନ୍ତ୍ରଣାଳୟ ତରଫରୁ ୟୁକ୍ରେନର ପଶ୍ଚିମ ସୀମାକୁ କିଛି ପ୍ରତିନିଧି ମଣ୍ଡଳ ପଠାଇଛି ଭାରତ । ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି, କିଛି ଭାରତୀୟ ପ୍ରଥମ ଦଫାରେ ରୋମାନିଆରେ ପହଞ୍ଚି ସାରିଛନ୍ତି । ସୂଚନା ଅନୁସାରେ, ବନ୍ଦେ ଭାରତ ମିଶନ କ୍ରମରେ ସବୁ ଉଡାଣ ଭରାଯିବ । ଆଜି ଦିଲ୍ଲୀ ଓ ମୁମ୍ବାଇରୁ ରୋମାନିଆ ଓ ହଙ୍ଗେରୀକୁ ବି୭୮୭ ବିମାନ ଉଡାଣ ଭରିବ ବୋଲି କହିଛି ଏୟାର ଇଣ୍ଡିଆ । ଆଉ ଏହି ପ୍ରଥମ ପର୍ଯାୟରେ ୪୭୦ ଭାରତୀୟଙ୍କୁ ଅଣାଯିବାର ସୂଚନା ରହିଛି ।