ନୂଆଦିଲ୍ଲୀ: ପୁଣି ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ । ଲ୍ୟାଣ୍ଡିଂ ବେଳେ ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ । ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ଲାଗିଲା ଅଗ୍ନିକାଣ୍ଡ । ହଂକଂରୁ ଆସୁଥିଲା ଏହି ବିମାନଟି । ତେବେ ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି । ତେବେ ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ବୟାନ ଅନୁଯାୟୀ, ହଂକଂରୁ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଏୟାର ଇଣ୍ଡିଆ ବିମାନର ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡ ଯୋଗୁଁ ବିମାନଟି କିଛି କ୍ଷତି ସହିଛି। ଅଧିକ ତଦନ୍ତ ପାଇଁ ବିମାନଟିକୁ ବିମାନବନ୍ଦରରେ ଅଟକାଯାଇଛି।