ଭୁବନେତ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଶବକୁ ନେଇ AIIMS ରବଢିଲା ଚିନ୍ତା । ମୃତଦେହ ସଂରକ୍ଷଣ ପାଇଁ କଣ୍ଟେନର ମଗାଇଲା ଭୁବନେଶ୍ୱର ଏମ୍ସ । ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ‘ଏବେ ବି ଆମ ପାଖରେ ଆହୁରି ୮୦ଟି ମୃତଦେହ ରହିଛି । ସେଗୁଡ଼ିକୁ ସଂରକ୍ଷଣ ପାଇଁ ଆମ ପାଖରେ ଡିପ୍ଫ୍ରିଜ୍ ଅଭାବ ରହିଛି । ତେଣୁ ଶବ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଆଣିଛୁ । ପ୍ରତି କଣ୍ଟେନରରେ ୪୦ରୁ ୫୦ ମୃତଦେହ ସଂରକ୍ଷିତ ରହିପାରିବ । କଣ୍ଟେନରରେ ଦୀର୍ଘଦିନ ପର୍ୟ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ ।’