ଭୁବନେଶ୍ୱର: ଆଜି ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ନିଜର ଅଭିଭାଷଣ ରଖିଛନ୍ତି। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ଭିଜନକୁ ବିଧାନସଭାରେ ପ୍ରତିପାଦିତ କରିଛନ୍ତି’। ସେ କହିଛନ୍ତି, ସରକାରୀ ବିଦ୍ୟାଳୟରେ AI ର ବ୍ୟବହାର ହେବ । ପ୍ରତି ସରକାରୀ ସ୍କୁଲରେ କମ୍ପ୍ୟୁଟର ଲ୍ୟାବ୍ ରହିବ । ଏନଇପି ଅନୁଯାୟୀ ଷଷ୍ଠ ଶ୍ରେଣୀରୁ କୋଡିଂ କ୍ଲାସ ହେବ । ବିଦ୍ୟାଳୟମାନଙ୍କରେ କାଉନସେଲିଂ ସେଣ୍ଟର ପ୍ରତିଷ୍ଠା କରାଯିବା ସହ ନବମ ଶ୍ରେଣୀରୁ କ୍ୟାରିଅର କାଉନସେଲିଂ ସୁବିଧା ରହିବ । ପ୍ରାକ୍ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିକାଶ କରାଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରୀ ବିଦ୍ୟାଳୟ ମାନଙ୍କରେ ଶୈକ୍ଷିକ ବିପ୍ଳବ ଆଣିବାକୁ ଏଆଇ ପ୍ଲାଟଫର୍ମ ଆରମ୍ଭ ହେବ । ୮୦୦ ସରକାରୀ ବିଦ୍ୟାଳୟକୁ ପିଏମଶ୍ରୀ ବିଦ୍ୟାଳୟରେ ପରିଣତ କରାଯିବ । ଏହାସହ ରାଜ୍ୟରେ ଥିବା ସମସ୍ତ ସରକାରୀ ଆଇଟିଆଇ କଲେଜଗୁଡିକର ଭିତ୍ତିଭୂମି ଓ ପାଠ୍ୟକ୍ରମ ବୃଦ୍ଧି ଉପରେ ଆଧୁନୀକିକରଣ କରାଯିବ ।