ଭୁବନେଶ୍ୱର କଟକରେ AI କ୍ୟାମେରା ଲଗାଯିବ: ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ

ଭୁବନେଶ୍ବର : ଟୁଇନ ସିଟିକୁ ଜଗିବ AI କ୍ୟାମେରା। ଭୁବନେଶ୍ୱର କଟକରେ ହାଇ ରିଜୋଲ୍ୟୁସନ AI କ୍ୟାମେରା ଲଗାଯିବ ବୋଲି କହିଛନ୍ତି ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂହ ।

ସେ କହିଛନ୍ତି ଏବେ ରାଜଧାନୀରେ ଶହେ କ୍ୟାମେରା ରହିଛି । ହେଲେ ରାଜଧାନୀରେ ଲୋକ ସଂଖ୍ୟା ବଢିଥିବାରୁ ଅଧିକ AI କ୍ୟାମେରା ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ନିକଟରେ ଟେଣ୍ଡର ହୋଇଚି । ଅଧିକ ଟେକ୍ନୋଲଜି ମାଧ୍ୟମରେ ସମସ୍ତ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ AI କ୍ୟାମେରା । ଅପରାଧ ପ୍ରବଣ ଅଞ୍ଚଳ, ଟ୍ରାଫିକ ଛକ, ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାସ୍ତା, ATM  ଥିବା ସ୍ଥାନ, ଅଧିକ ଚୋରି , ଡକାୟତ ହେଉଥିବା ଅଞ୍ଚଳ  ମାନଙ୍କରେ ଲାଗିବ AI କ୍ୟାମେରା ।  ଯାହାଦ୍ଵାରା ଅପରାଧୀଙ୍କୁ ଧରିବାରେ ପୋଲିସ ପାଇଁ ସହାୟକ ହୋଇପାରିବ । କ୍ୟାମେରା ଦ୍ଵାରା ଅନେକ ଲାଭ ହେଉଚି। ସହରକୁ ସୁରକ୍ଷା ଯୋଗାଇ ହେଉଛି ।  ଯେଉଁଠି ଅଘଟଣ ହେଉଚି ବା ଅପରାଧୀଙ୍କ ଆଡ୍ଡା  ଜମୁଛି ହେବ ସେଠି ନଜର ରଖିବ କ୍ୟାମେରା । ଆପାର୍ଟମେଣ୍ଟ ଗୁଡିକରେ କ୍ୟାମେରା ଲଗାଯିବାକୁ କହିବା ପରେ ଏବେ ସବୁ ଆପାର୍ଟମେଣ୍ଟରେ କ୍ୟାମେରା ଲାଗିଥିବା କହିଛନ୍ତି ପୋଲିସ କମିଶନର ।