ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍କୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍କୁ ଝଟକ । ଦଳ ଛାଡିଲେ ଆପ୍  ନେତା କୈଳାଶ ଗେହଲଟ ।  ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର କାରଣ ମଧ୍ୟ କହିଛନ୍ତି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ।  ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି । ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଗେହଲଟ ।

ଏନେଇ ସେ କେଜ୍ରିୱାଲଙ୍କୁ ଚିଠିରେ ଲେଖିଛନ୍ତି, ଯମୁନା ନଦୀକୁ ସଫା କରିବା କଥା ଆମେ ଗତ ନିର୍ବାଚନରେ ଉଠାଇଥିଲୁ । କିନ୍ତୁ ଏଯାଏ ତାହା କରିପାରିଲୁନୁ ।  ଏହା ସହ ଯମୁନା ନଦୀ ସଫା ଏବଂ କେଜ୍ରିୱାଲଙ୍କ ବଙ୍ଗଳା ନିର୍ମାଣ ପ୍ରସଙ୍ଗ ମଧ୍ୟ ଇସ୍ତଫାରେ ଉଠାଇଛନ୍ତି ।

ସେ ଆହୁରି କହିଛନ୍ତି, ଦିଲ୍ଲୀ ସରକାର ନିଜର ଅଧିକାଂଶ ସମୟ କେନ୍ଦ୍ର ସରକାର ସହ ଲଢିବାରେ ବ୍ୟସ୍ତ । ଏପରି କ୍ଷେତ୍ରରେ  ସ୍ପଷ୍ଟ ପ୍ରମାଣିତ ହେଉଛି ଦିଲ୍ଲୀର ବାସ୍ତବିକ ବିକାଶ ହୋଇପାରିବନି ।  ତେଣୁ ଆପରୁ ଅଲଗା ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା କହି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ।