(ରିପୋର୍ଟସ ଟୁଡେ) ପୁଣି ବିଦ୍ୟୁତ ତାର ଲାଗି ଏକ ଦନ୍ତା ହାତୀର ଜୀବନ ଯାଇଛି। ଅନୁଗୁଳ ହଣ୍ଡପା ରେଂଜରେ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ମୃତ ଦନ୍ତାହାତୀର ବୟସ ୮ରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବାବେଳେ ହାତୀଟି ଏହାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ କରୁଛନ୍ତି। କିଛିଦିନ ତଳେ ଢେଙ୍କାନାଳ କମଳାଙ୍ଗ ଗାଁରେ ବିଦ୍ୟୁତ ତାର ଲାଗି ୭ଟି ହାତୀର ମୃତ୍ୟୁ ହୋଇଥିଲା।