(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ମିଟର । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ସଂଖ୍ୟା :-
Covid-19 Report For 7th April
New Positive Cases: 22
Of which 0-18 years: 4
In quarantine: 14
Local contacts: 8(Details of local contacts will be shared by concerned District)
1. Balasore: 1
2. Bhadrak: 1
3. Balangir: 2
4. Cuttack: 4
5. Gajapati: 1
6. Jajpur: 1— I & PR Department, Odisha (@IPR_Odisha) April 8, 2022
ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୦୪ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୨୩ ଜଣ ଜଣକୁ ବୃଦ୍ଧି ପାଇଛି। ରାଜ୍ୟରେ ୩୦୮୬୫୦୧୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୮୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୪୪୧ ଜଣ ସୁସ୍ଥ ହୋଇଛନ୍ତି ।