ମଦ୍ୟପାନ କରି ସ୍ତ୍ରୀକୁ ଆକ୍ରମଣ କରି କରିବା ସ୍ତ୍ରୀ ମୃତ୍ୟୁ ପରେ ସ୍ୱାମୀ ବିଷ ପିଇ ଭଦ୍ରକ ମେଡିକାଲରେ ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ

(ବାଲେଶ୍ବର, ସୋର ଶରତ ନାୟକ ):-ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ । ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ଆକ୍ରମଣ କରିଥିଲା ସ୍ୱାମୀ, ଫଳରେ ସ୍ତ୍ରୀର ମୃତ୍ୟୁପରେ ନିଜେ ବିଷପିଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହେବାପରେ ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତିଳଦା ଗ୍ରାମ ର ଦୀର୍ଘ ୧୦ବର୍ଷ ଧରି ଉକ୍ତ ଗ୍ରାମ ବାବୁ ଦାସ ଓ ତାଙ୍କ ସ୍ତ୍ରୀ ମିନା ଦାସ ରହି ଆସୁଥିଲେ କ୍ଷ ପରିବାର ବି ଠିକ ଠାକ ରେ ଚାଲୁଥିଲା ।ଗତକାଲି ବାବୁ ଅତ୍ୟଧିକ ମଦ୍ୟପାନ କରି ସ୍ତ୍ରୀ ସହିତ ପାଟିତୁଣ୍ଡ କରିଥିଲେ କ୍ଷ ଏଥିରେ ଉତକ୍ଷିପ୍ତ ହୋଇ ବାବୁ ସ୍ତ୍ରୀ ମିନା ପେଲି ଦେଇଥିଲେ କ୍ଷ ଫଳରେ ସ୍ତ୍ରୀ ଏକ ଖୁଣ୍ଟ ରେ ମୁଣ୍ଡ ଟି ବାଡେଇ ଗୁରୁତର ଅବସ୍ଥା ରେ ଖଇରା ମେଡିକାଲ ରେ ଭର୍ତ୍ତି କରିଥିଲେ। ମୁଣ୍ଡ ଖୁଣ୍ଟରେ ଏମିତି ବାଡେଇ ଥିଲାଯେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷ ମଦ୍ୟପାନ କରି ଏତେ ନିଶାସକ୍ତ ଅବସ୍ଥାରେ ରହିଥିଲା ଯେ ସ୍ତ୍ରୀ କୁ ଆକ୍ରମଣ ପରେ ସ୍ୱାମୀ ନିଜେ ବିଷ ପିଇଦେଇଥିଲେ କ୍ଷ ଲୋକମାନେ ସଙ୍ଗେ ସଙ୍ଗେ ତାଙ୍କୁ ଖଇରା ଓ ରରେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ ।ତାଙ୍କର ଆଜି ଭଦ୍ରକ ମେଡିକାଲ ରେ ମୃତ୍ୟୁ ଘଟିଛି । ଏପରି ଘଟଣା କୁ ପୋଲିସ ତଦନ୍ତ ଆରମ୍ଭ କରିଛି କ୍ଷ