ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି । ଏଥିରେ ପ୍ରାୟ ୫ ଜଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାରରୁ ଉର୍ଦ୍ଧ ନିଖୋଜ ହୋଇଯାଇଛନ୍ତି । ରବିବାର ରାତିରେ ଆସିଥିବା ଭୂମଧ୍ୟସାଗରୀୟ ଝଡ ‘ଡାନିଏଲ୍’ ଲିବ୍ୟାର ପୂର୍ବାଞ୍ଚଳ ସହର ଗୁଡିକୁ ଜଳମଗ୍ନ କରିଦେଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଡେର୍ନା ସହର , ଯେଉଁଠି ଲଗାଣ ବର୍ଷାଜନିତ ବନ୍ୟା ଯୋଗୁ ଡ୍ୟାମ ଗୁଡିକ ଭୁସୁଡିପଡିଛି । ପାଣିର ପ୍ରଖର ସ୍ରୋତରେ ଆପାର୍ଟମେଣ୍ଟଗୁଡିକ ବୁଡିବା ସହ ଗାଡି ମଟର ଗୁଡିକ ରାସ୍ତାରେ ଭାସିଥିଲା । ଏହାରି ପ୍ରଭାବରେ ଅନେକ ଘର ମାଟିରେ ମିସିଯିବା ସହ ବହୁ ଲୋକଙ୍କୁ ମଧ୍ୟ ଭସେଇ ନେଇଛି ଏହି ଜଳ ସ୍ରୋତ । ୬୦ ଲକ୍ଷ ଜନସଂଖ୍ୟ ବିଶିଷ୍ଟ ଡେରାନା ସହର ବନ୍ୟାରେ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଛି । ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡେରାନର ବିଭିନ୍ନ ସ୍ଥାନରେ ମୃତ ଦେହ ଭାସୁଥିବାର ଦେଖିବକୁ ମିଳୁଛି । ସେଠାକୁର ସ୍ଥିତି ଅତ୍ୟନ୍ତ ବିପଦ ପୂର୍ଣ୍ଣ ଓ ହୃଦୟ ବିଦାରକ ଥିବା ଲିବ୍ୟା ସ୍ୱାସ୍ଥ୍ୟମନ୍ତ୍ରୀ ଓଥମାନ ଅବଦୁଲ ଜଲିଲ । କେବଳ ଭୂମଧ୍ୟସାଗରକୁ ଭାସି ଯାଇଥିବା ଏକହଜାରରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ଡେରନାରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ସହାୟତା ପାଇଁ ରାଜଧାନୀ ତ୍ରିପୋଲିରୁ ଖାଦ୍ୟ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି। ତେବେ ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଥିବାରୁ ସେଠାକୁ ସହାୟତା ପଠାଇବାରେ ବହୁ ବାଧା ଉପୁଜୁଛି।