ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

ଭୁବନେଶ୍ୱର:- ବୁଧବାର ଜିଏସଟି ପରିଷଦର ୫୬ ତମ ବୈଠକରେ ନିତ୍ୟ ଆବଶ୍ୟକ ଜିନିଷ ଉପରେ କର ହ୍ରାସ କରିଛନ୍ତି । ବର୍ତ୍ତମାନର ୪ ସ୍ତରୀୟ ଜିଏସଟି ସ୍ଲାବ୍ (୫%, ୧୨%, ୧୮%, ଏବଂ ୨୮%)କୁ ସରଳୀକରଣ କରି ଦୁଇ ସ୍ତରୀୟ ସ୍ଲାବ୍ (୫% ଓ ୧୮%) କରାଯାଇଛି। ଯାହା ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ । ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀରେ ପ୍ରେସମିଟ୍ କରିଛନ୍ତି ।

May be an image of 8 people, dais, newsroom and text

ମୁଖ୍ୟମନ୍ତ୍ରୀ କହିଛନ୍ତି ଜିଏସଟି ପରିଷଦର ସଦ୍ୟତମ ସଂସ୍କାରକୁ ସ୍ୱାଗତ କରି ଏହାକୁ ଚାଷୀ, ଏମ୍ଏସଏମଇ, କ୍ଷୁଦ୍ର ବ୍ୟବସାୟୀ ଏବଂ ମଧ୍ୟବିତ୍ତ ପରିବାର ପାଇଁ ପ୍ରତ୍ୟକ୍ଷ ଲାଭ ବୋଲି କହିଛନ୍ତି। ଏଥିସହିତ କେନ୍ଦୁପତ୍ର ଉପରେ ଜିଏସଟି ୫%କୁ ହ୍ରାସ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ, କେନ୍ଦୁପତ୍ର ବିକ୍ରି ବଢ଼ିବ । ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କୃଷି ଉପକରଣରେ ଜିଏସଟି ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ । କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ । ଜିଏସଟି ରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ । ଜିଏସ୍‌ଟି ଛାଡ଼ ଯୋଗୁଁ ଅଧିକ ଲୋକେ ସ୍ବାସ୍ଥ୍ୟବୀମା କରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୀବନ ରକ୍ଷାକାରୀ ଏବଂ ସାଧାରଣତଃ ବ୍ୟବହୃତ ଔଷଧ ଉପରେ ହାର ହ୍ରାସ ଚିକିତ୍ସାକୁ ଅଧିକ ସୁଲଭ କରିବ, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଉନ୍ନତ କରିବ। ଏକ ବିକଶିତ ଭାରତ ଗଠନ ଲାଗି ଉଦ୍ଦିଷ୍ଟ ଏହି ସଂସ୍କାର ପ୍ରକ୍ରିୟାକୁ ଓଡିଶାବାସୀ ପୂର୍ଣ ସମର୍ଥନ ଜଣାଉଛନ୍ତି । ମୁଁ ଓଡିଶାର ଜନସାଧାରଣଙ୍କ ତରଫରୁ ଏଥିଲାଗି ମାନନୀୟା କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଓ ଜିଏସଟି ପରିଷଦକୁ କୃତଜ୍ଞତା ପ୍ରଦାନ କରୁଛି ।

May be an image of 9 people and text