ଆଫଗାନିସ୍ତାନ ଦଳ ସେମିଫାଇନାଲରେ ପହଞ୍ଚିବା ପରେ ସାରା ରାତି ସେଲିବ୍ରେସନ କଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଟି -୨୦ ବିଶ୍ୱକପ ୨୦୨୪ ରେ ସେମିଫାଇନାଲରେ ପ୍ରବେଶ କରିଛି । ଦଳ ସେମିଫାଇନାଲରେ ପହଞ୍ଚିବା ମାତ୍ରେ ଚାରିଆଡେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ଦଳର ଖେଳାଳିମାନେ ଖୁସି ହେବା ସହିତ ଭାବପ୍ରବଶ ମଧ୍ୟ ହୋଇଥିଲେ । ବର୍ତ୍ତମାନ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଜୁନ ୨୭ ରେ ଭାରତୀୟ ସମୟ ସକାଳ ୬ ଟାରେ ଖେଳିବ । କିନ୍ତୁ ଏହାପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସୀଥିଲା ଯେ , ଆଫଗାନିସ୍ତାନ ଖେଳାଳିମାନେ ରାତି ସାରା ଶୋଇ ନଥିଲେ । ଏବଂ ଖବ ସେଲିବ୍ରେସନ କରିଥିଲେ ।
ଆଇସିସି ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଆଫଗାନିସ୍ତାନ ଦଳ ସେମିଫାଇନାଲ ପାଇଁ ତ୍ରିନିଦାଦରେ ପହଞ୍ଚିଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଦଳର ଅଧିନାୟକ ରାସିଦ ଖାନ କହିଛନ୍ତି , ‘ଆମେ ରାତି ସାରା ଜାଗ୍ରତ ଥିଲୁ । ଆଫଗାନିସ୍ତାନରେ ଘରେ ଉପସ୍ଥିତ ଥିôା ଲୋକଙ୍କ ସହ ଆମେ ଅନେକ ଉତ୍ସବ ପାଳନ କରୁଥିଲୁ । ସେଠାରେ ଦିନ ଥିଲା । ସେମାନେ ଉତ୍ସବ ପାଳନ କରୁଥିଲେ ଏବଂ ଆମେ ମଧ୍ୟ ଉତ୍ସବ ପାଳନ କରୁଥିଲୁ । ଦଳର ଦୁତ ବୋଲର ଫଜଲହକ ଫାରୁକି ଏବଂ ୱିକେଟ କିପର ବ୍ୟାଟ୍ସମ୍ୟାନ ରହମାନଲ୍ଲା ଗୁଜୁବାଜ, କହିଛନ୍ତି ଯେ ସେମାନେ ବହୁତ ନିଦ୍ରା ଅନୁଭବ କରୁଛନ୍ତି । ହୋଟେଲରେ ପହଞ୍ଚିବା ପୋ କିଛତ ଖାଦ୍ୟ ଅର୍ଡର କରିବେ ତାପରେ ଶୋଇବେ ବୋଲି ଗୁରୁବାଜ କହିଛନ୍ତି । ଆସନ୍ତାକାଲି ସେମିଫାଇନାଲ ପାଇଁ ଉଠିବୁ । ଏହାପରେ ରାସିଦ ଖାନ ବସରେ ତାଙ୍କ ପ୍ରିୟ ଗୀତ ବଜାଉଥିବା ଦେଖିବାକୁ ମିଳିଥିଲା ଯାହାକୁ ସମସ୍ତ ଖେଳାଳି ଉପଭୋଗ କରିଥିଲେ ।