ବଲାଙ୍ଗୀର : ଏସବିଆଇ ମୁଖ୍ୟ ଶାଖାରେ ସରିଛି ଟଙ୍କା ଗଣତି । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀ ଦ୍ୱାରା ଗଣତି ଶେଷ ହୋଇଛି । ୫ଦିନ ଲଗାତାର ଗଣତି ପରେ ଆଜି ଶେଷ ହୋଇଛି । ଗଣତିରେ ପ୍ରାୟ 456 କୋଟି ମିଳିଥିବା ସୂଚନା ମିଳିଛି ।
ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଆୟକର ବିଭାଗକୁ ମିଳିଛି, ବହୁ ସ୍ଥାବର , ଅସ୍ଥାବର ସମ୍ପତ୍ତିର ସୁରାକ୍ । ମଦ ବ୍ୟବସାୟୀଙ୍କ ଅଫିସରୁ ବହୁ ବେନାମୀ ଜମି ପଟ୍ଟା ଜବତ କରାଯାଇଛି । କୁହାଯାଉଛି, ଏହି ମଦ ମାଲିକମାନେ ଟଙ୍କା ଲୁଚାଇବା ପାଇଁ ନିଜ ବିହାରୀ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କାର ଜମି କିଣିଛନ୍ତି । ଏବେ ଏସବୁ ଦିଗକୁ ନେଇ ଆୟକର ବିଭାଗ ଛାନଭିନ୍ କରିବ । ଏହାପରେ ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।