୨୭ ବର୍ଷ ପରେ ବହୁ ଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାରେ ଆସିଲା ରାୟ

ଭୁବନେଶ୍ୱର: ୨୭ ବର୍ଷ ପରେ ଆସିଲା ରାୟ । ବହୁ ଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାରେ ଆସିଲା ରାୟ । ଦୋଷିଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ସୂଚନା ଅନୁଯାୟୀ, ୧୯୯୬ ମସିହା ଜୁଲାଇ ୧୧ ଘଟିଥିଲା ଏହି ଟ୍ରିପଲ ମର୍ଡର । ପୂର୍ବ ଶତ୍ରୁତାକୁ ନେଇ ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ବିଶ୍ୱଜିତ ନାୟକ, ଦିଲ୍ଲୀପ ରାୟ ଓ ଶାରଦା ରଥ ଙ୍କୁ ହତ୍ୟା କରାଯାଇଥିଲା । ଦୋଷୀ ୩ ଜଣଙ୍କୁ ଆଜୀବନ ସଜ୍ଜା ଦେଲେ ଏଡିଜେ । ରୁଦ୍ର, ଜିତୁ ଓ ଚିତ୍ତକୁ ଆଜୀବନ ସଜ୍ଜାଦେଇଛନ୍ତି ମାନ୍ୟବର କୋର୍ଟ । କିଛିଦିନ ତଳେ ଚତୁର୍ଥ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇ ଥିବାର ସୂଚନା ରହିଛି । ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ଏଭଳି ବିଭତ୍ସ ହତ୍ୟା କାଣ୍ଡ ।