ଦୀର୍ଘ୍ୟ ୨୨ ଘଣ୍ଟା ପରେ ନଦୀରେ ଭାସି ଯାଇଥିବା କାଉଡିଆଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର/ଶରତ ନାୟକ: ୨୨ ଘଣ୍ଟା ପରେ ନଦୀରେ ଭାସି ନିଖୋଜ ଥିବା ଦୁଇ କାଉଡ଼ିଆ ମୃତ ଦେହ ଉଦ୍ଧାର । ଗତକାଲି ଶାଳନ୍ଦୀ ନଦୀରେ ଭାଶି ଯାଇଥିଲେ ଦୁଇ କାଉଡ଼ିଆ ଦୁଇ ଜଣ ନିଖୋଜ ଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବରଦା ଗ୍ରାମରେ ଶାଳନ୍ଦୀ ନଦିରୁ ଜଳାଭିଷେକ ପାଇଁ ପାଣି ନେଇ ସାନଜୟୀ ଗ୍ରାମର ୧୮ ଜଣ କାଉଡ଼ିଆ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ଯାଇଥିଲେ ।  ଆଗ ପଛ ହୋଇ ପାଣି ନେଉଥିବା ବେଳେ ଉକ୍ତ ଗ୍ରାମର ରାଜେନ୍ଦ୍ର ସାହୁ ଓ ସୁବ୍ରତ ମହାକୁଡ଼ଙ୍କ ଗୋଡ଼ ଖସିଯିବାରୁ ସେ ଭାଶି ଯାଇଥିଲେ । ଗତକାଲି ଠାରୁ ଓଡ୍ରାଫ ଟିମ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ମିଳି ନଥିଲା । ଆଜି ସକାଳେ ଓଡ୍ରାଫ ଟିମ ସାନ ଜୟୀପୁର ଗ୍ରାମର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରିଯାଇଛି । ମୃତ ଦେହ ଉଦ୍ଧାର ପରେ ଅଂଚଳରେ ଶୋକାକୁଳ ପରିବେଶ ଦେଖା ଯାଇଛି ।