ଦିର୍ଘ ୧୧ ଦିନ ଧାରଣା ପରେ ଓହରିଛି ଭୂମିହରା କୃଷକ ଏକତା ମଞ୍ଚ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) : ଶେଷରେ ଦିର୍ଘ ୧୧ ଦିନର ଧାରଣା ପରେ ଆଲୋଚନା ମାଧ୍ୟମରେ ନିଜର ଦାବି ପୂରଣ ହେବାର ପ୍ରତିଶୃତି ପାଇବାପରେ ଆନ୍ଦୋଳନରୁ ଓହରିଛି ଭୂମିହରା କୃଷକ ଏକତା ମଞ୍ଚ।ଜିଲ୍ଲା ପ୍ରଶାସନ, ଗାଲାକନ କମ୍ପାନୀ ଅଧିକାରୀ ଓ ଆନ୍ଦୋଳନକାରୀ ଙ୍କ ମଧ୍ୟରେ ଅନୁଷ୍ଠିତ ତ୍ରୀପାକ୍ଷିକ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଆଇଓସିଏଲ ଭୂମିହରା କୃଷକ ପରିବାର। ମାତ୍ର ଗାଲାକନ କମ୍ପାନୀ ପକ୍ଷରୁ ସ୍ଥାନୀୟ ଏକ ଠିକାଦାରଙ୍କ ଦ୍ବାରା ଜୋର ଜବରଦସ୍ତି ଜେସିବି ଲଗାଇ କାମ ଆରମ୍ଭ କରିବାକୁ ପ୍ରୟାସ କରିଥିଲେ। ଏପରିକି ଠିକାଦାରଙ୍କ ସାଥିରେ ଆସିଥିବା କିଛି ଗୁଣ୍ଡା ଶ୍ରେଣୀୟ ନିଶାଶକ୍ତ ଯୁବକ ମାନେ ଆନ୍ଦୋଳନରେ ବସିଥିବା ମହିଳା ମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭୟଚାଦପୁର ଥାନା ରେ ଏତେଲା ଦିଆଯାଇଥିଲା। ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯିବା ସହିତ ଆନ୍ଦୋଳନକାରୀ ଓ ଗାଲାକନ କମ୍ପାନୀ ମଧ୍ୟରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରାଯାଇଛି। ମାତ୍ର ହତ୍ୟା ଧମକ ଓ ଜାତିଆଣ ଆକ୍ଷେପକୁ ନେଇ କରାଯାଇଥିବା କେସ ର ତଦନ୍ତ ପୋଲିସ ଜାରି ରଖିଛି। ଗାଲାକନ କମ୍ପାନୀ ଆସନ୍ତା ୩ ତାରିଖ ମଧ୍ୟରେ ସ୍ଥାନୀୟ ୨୦ ଜଣ ଭୂମିହରାଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କମ୍ପାନୀ କରିଥିବା ଚୁକ୍ତି କୁ ପାଳନ ନକରେ ଏବଂ ଉକ୍ତ ଠିକାଦାରଙ୍କୁ ୫ ଦିନ ମଧ୍ୟରେ ଗିରଫ କରା ନ ଯାଏ, ତେବେ ଭୂମିହରା କୃଷକ ଏକତା ମଞ୍ଚ ପକ୍ଷରୁ ବହୁସଂଖ୍ୟାରେ ମହିଳାମାନେ ଅଭୟଚାନ୍ଦପୁର ଥାନା ସମ୍ମୁଖରେ ଧାରଣାରେ ବସିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।