ମ୍ୟାଚ ହାରିଲା ଆଫଗାନିସ୍ତାନ; ଭାରତୀୟଙ୍କର ଭାଙ୍ଗିଲା ହୃଦୟ

ଶାରଜାହ: ଟିମ ଇଣ୍ଡିଆର ସେମିଫାଇନାଲ ଆଶା ସମ୍ପୂର୍ଣ୍ଣ ମଉଳି ଯାଇଛି । ଆଜି ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟ ହାସଲ କରିଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ପ୍ରାରମ୍ଭିକ ଝଟକା ପରେ ନିର୍ଦ୍ଧାରିତ ୨୦ ଓଭରରେ ୧୨୪ ରନ ସଂଗ୍ରହ କରି ପାରିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ଏହାକୁ ୧୧ ବଲ ବାକି ଥାଇ ହାସଲ କରି ନେଇଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସେମି ଫାଇନାଲକୁ ସିଧାସଳଖ ଏଣ୍ଟ୍ରି ମାରିଛି । ଏଥି ସହିତ ଭାରତର ସେମି ଫାଇନାଲ ଆଶା ଆଶାରେ ରହିଯାଇଛି ।

India vs New Zealand Head to Head | India vs New Zealand H2H Stats &  Records in T20 World CupT20 World Cup 2021: 3 reasons why Team India's loss to Pakistan is a  blessing in disguise
ଆଜି ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଉଭୟ ଦଳ ସହିତ ଭାରତ ପାଇଁ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ଥିଲା । ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଥିଲା ତିନୋଟି ଦଳର ଭବିଷ୍ୟତ । ତେବେ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ଜିତାପଟ ମାରିଛି । ଏବଂ ସିଧାସଳଖ ସେମି ଫାଇନାଲକୁ ପ୍ରବେଶ କରିଛି । ୨୦ ଓଭରରେ ମିଳିଥିବା ୧୨୫ ରନର ଟାର୍ଗେଟକୁ ୨ ୱିକେଟ ହରାଇ ୧୮.୧ େରେ ବିଜୟ ହାସଲ କରି ନେଇଛି । ଦଳ ତରଫରୁ ଅଧିନାୟକ କେନ ୱିଲିୟମସନ ୪୦ ରନ କରିଥିବା ବେଳେ ଡେଭିଡ କନୱେ ୩୬ ରନ କରି ଅପରାଜିତ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ଏହି ସହଜ ବିଜୟ ପରେ ୮ ପଏଣ୍ଟ ସହ ସେମିଫାଇନାଲ ପାଇଁ ଉନ୍ନୀତ ହୋଇଛି କିୱି ଟିମ ।

AFG Vs NZ, T20 World Cup, Live Cricket Scores: New Zealand Need 17 In 24 To  Make Semifinals

T20 World Cup 2021: Predicting semi-finalists of the tournament
କିନ୍ତୁ ଏହି ବିଜୟ ଭାରତ ପାଇଁ ମହଙ୍ଗା ପଡିଛି ଗୃପର ସବୁଠାରୁ ଅଧିକ ରନ ରେଟ ଥାଇ ମଧ୍ୟ ଭାରତ ସେମିଫାଇନାଲ ରେସରୁ ବାଦ ପଡିଛି । ଏହିଠାରେ ବିରାଟ କୋହଲୀଙ୍କ ନେତୃତ୍ୱରେ ବିଶ୍ୱକପ ଯାତ୍ରା ମଧ୍ୟ ଶେଷ ହୋଇଛି । ଘୋଷଣା ଅନୁସାରେ ବିଶ୍ୱକପ ପରେ କୋହଲୀ ଅଧିନାୟକ ପଦରୁ ଇସ୍ତଫା ଦେବେ ।