ବ୍ୟୁରୋ:- ପୁଣି ସାମ୍ନାକୁ ଆସୁଛି କୋଟି ଓଡ଼ିଆଙ୍କ ମଉଡମଣିଙ୍କୁ ଅସମ୍ମାନର ଚିତ୍ର । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ହେଉଛି ସାଙ୍ଘାତିକ ଖେଳ । ମହାପ୍ରଭୁଙ୍କ ମୁଖ ମଣ୍ଡଳର ଚିତ୍ର ଥିବା ମ୍ୟାଟ ବିକ୍ରି କରୁଛି ଅଲି ଏକ୍ସପ୍ରେସ ନାମକ ଅନଲାଇନ ସଂସ୍ଥା । ସଂସ୍ଥାର ବିଜ୍ଞାପନରେ ମହାପ୍ରଭୁଙ୍କ ଶ୍ରୀମୁଖ ଉପରେ ପାଦ ରଖି ଦିଆଯାଇଛି ବିଜ୍ଞାପନ । ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ନାମରେ ବିଭିନ୍ନ ପାପୋଛ ଗୁଡ଼ିକର ବିଜ୍ଞାପନ ଦିଆଯାଇଛି । କେବଳ ମହାପ୍ରଭୁଙ୍କୁ ନୁହଁ ମହାଦେବ ଶିବଙ୍କୁ ମଧ୍ୟ ଅସମ୍ମାନ କରିଛି ଉକ୍ତ ଅନଲାଇନ ସଂସ୍ଥା । ତେବେ ଉକ୍ତ ସଂସ୍ଥା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି କରାଯାଇଛି ।