(ନୂଆଦିଲ୍ଲୀ) : ଆଜି ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ । ୯୪ ବର୍ଷରେ ପଦାର୍ପଣ କଲେ ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲ କିଷ୍ଣ ଆଡଭାନୀ । ଏ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ ବାସଭବନରେ ଯାଇ କେକ୍ କାଟି ଜନ୍ମଦିନ ପାଳନ କରିଛନ୍ତି । ମୋଦୀ ଟୁଇଟ କରି କହିଛନ୍ତି ମୁଁ ତାଙ୍କର ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି । ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗର୍ବ ବଢାଇବା ଦିଗରେ ତାଙ୍କର ଅନେକ ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ଋଣୀ ରହିବ । ତାଙ୍କର ବୌଦ୍ଧିକ ଦକ୍ଷତା ପାଇଁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଏ । । ସେହିପରି ଭାରତୀୟ ଜନତା ପାର୍ଟି ସଭାପତି ଜେ.ପି ନଡା ‘ସମ୍ମାନିତ ଶ୍ରୀ ଏଲ.କେ ଆଡଭାନୀ ଜୀଙ୍କୁ ଅନେକ ଜନ୍ମଦିନର ଶୁଭେଚ୍ଛା ଜଣଅଇବା ସହ ଂ ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ଭଗବାନଙ୍କୁ ପାର୍ଥନା କରୁଛି ।ଯଏ ବିଜେପିକୁ ଜନସାଧାରଣଙ୍କ ନିକଟକୁ ନେଇଥିଲେ ଏବଂ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଡଭାନି ଜୀ କୋଟି କୋଟି କର୍ମୀଙ୍କ ପାଇଁ ଏକ ପ୍ରେରଣା ବୋଲି ଟୁଇଟରେ ଲେଖିଛନ୍ତି ।