ଭୁବନେଶ୍ୱର : ଆଞ୍ଚଳିକ ଦଳ ଭିତରେ ଇଲେକଟୋରାଲ ବଣ୍ଡ ଚାନ୍ଦାରେ ବିଜେଡି ୧ ନମ୍ବର | ୨୪ଟି ଆଞ୍ଚଳିକ ଦଳ ଭିତରେ ଇଲେକଟୋରାଲ ବଣ୍ଡ ଚାନ୍ଦା ନେବାରେ ଆଗୁଆ ରହିଛି ବିଜୁ ଜନତା ଦଳ ବା ବିଜେଡି । ଡିଆର ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟରେ ୭ଟି ଜାତୀୟ ଦଳ ଓ ୨୪ଟି ଆଞ୍ଚଳିକ ଦଳର ଚାନ୍ଦାକୁ ନେଇ ତୁଳନା କଲାବେଳେ ଏହି ତଥ୍ୟ ପଦାକୁ ଆସିଛି।

୨୦୧୭ରୁ ୨୦୨୨ ଭିତରେ ବିଜେଡିକୁ ବଣ୍ଡ ମାଧ୍ୟମରେ ମିଳିଛି ୬୨୨ କୋଟି | ଆଞ୍ଚଳିକ ଦଳ ଭିତରେ ଦୁଇ ନମ୍ବରରେ ଡିଏମକେ, ତିନି ନମ୍ବରରେ ଟିଆରଏସ | ୭ ଜାତୀୟ ଦଳ ଭିତରେ ବିଜେପିକୁ ମିଳିଛି ସବୁଠାରୁ ଅଧିକ ଚାନ୍ଦା | ବିଜେପିକୁ ବଣ୍ଡରେ ୫୨% ଚାନ୍ଦା ମିଳିଥିବାବେଳେ ବିଜେଡିକୁ ମିଳିଛି ୮୯.୮୧% |