ସୂର୍ଯ୍ୟଙ୍କ ନିକଟତର ହୋଇ ଫଟୋ କଏଦ କରିଛି ଆଦିତ୍ୟ ଏଲ ୧

ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି ଆଦିତ୍ୟ ଏଲ ୧ । ଏବେ ସେ ଏକ ଖୁସି ଖବର ଦେଇଛି । ସୂର୍ଯ୍ୟଙ୍କ ନିକଟତର ହୋଇ ଫଟୋ କଏଦ କରିଛି ଆଦିତ୍ୟ ଏଲ ୧ । ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍୧’ରେ ଲାଗିଥିବା ପେଲୋଡ୍ ସୁଟ୍ ସୂର୍ଯ୍ୟଙ୍କ ଫଟୋ ଉତ୍ତୋଳନ କରିଛି। ଇସ୍ରୋ ଶୁକ୍ରବାର ଏହି ସୂଚନା ଦେଇଛି। ଇସ୍ରୋ ନିଜର ଅଫିସିଆଲ୍ ‘ଏକ୍ସ’ ହ୍ୟାଣ୍ଡେଲ୍ରୁ ଏକ ପୋଷ୍ଟରେ କହିଛି ଯେ ‘ସୁଟ୍ ପେଲୋଡ୍ ଅଲଟ୍ରାଭାଓଲେଟ୍ ୱେଭ ଲେନ୍ଥସ୍ ନିକଟରେ ସୂର୍ଯ୍ୟଙ୍କର ପୂର୍ଣ୍ଣ ଡିସ୍କ ଇମେଜ୍ କଏଦ କରିଛି’। ଇସ୍ରୋ କହିଛି କି, ‘ଫଟୋଗୁଡ଼ିକରେ ୨୦୦ରୁ ୪୦୦ ଏନ୍ଏମ୍ ପର୍ଯ୍ୟନ୍ତ ୱେଭ ଲେନ୍ଥସ୍ରେ ସୂର୍ଯ୍ୟଙ୍କର ପ୍ରଥମ-ପୂର୍ଣ୍ଣ-ଡିସ୍କ ରିପ୍ରେସେଣ୍ଟେସନ ଅନ୍ତର୍ଭୁକ୍ତ ରହିଛି। ଫଟୋଗୁଡ଼ିକ ସୂର୍ୟ୍ୟଙ୍କ ଫଟୋସ୍ଫିୟର ଏବଂ କ୍ରୋମୋସ୍ଫିୟରର ଜଟିଳ ବିବରଣୀ ପ୍ରଦାନ କରୁଛି’। ସୂଚନାଥାଉ କି, ଆଦିତ୍ୟ ଏଲ୍୧କୁ ସେପ୍ଟେମ୍ବର ୨ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଲଞ୍ଚ କରାଯାଇଥିଲା। ଇସ୍ରୋ ମୁତାବକ, ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ‘ଆଦିତ୍ୟ ଏଲ୍୧’ ହେଉଛି ପ୍ରଥମ ମହାକାଶ ଆଧାରିତ ଅବ୍ଜରଭେଟୋରୀ।