ୟୁକେରେ ୩୩୪ ମିଲିୟନ ଡଲାର ନିବେଶ କରିବେ ପୁନାୱାଲା

ଲଣ୍ଡନ: କରୋନା ଟୀକା ନିର୍ମାଣକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବେ ୟୁକେରେ ଟୀକା ସୁବିଧା ଯୋଗାଇବାକୁ ବଡ ନିବେଶା କରିବାକୁ ଯାଉଛି । ବ୍ରିଟିସ ପ୍ରଧାନମନ୍ତ୍ରୀ ବେରିସ ଜନସନ ସୋମବାର ଏହାର ସୂଚନା ଦେଇଛନ୍ତି । ଜନସହ କହିଛନ୍ତି, କମ୍ପାନୀ ଭବିଷ୍ୟତରେ ୟୁକେରେ ଟୀକା ନିର୍ମାଣ କରିପାରେ । ପ୍ରଧାନମନ୍ତ୍ରୀ କ।।ର୍ଯ୍ୟାଳୟ ତରଫରୁ ଘୋଷଣା କରାଯାଇଛି କି, କମ୍ପାନୀ ପକ୍ଷରୁ ୨୪୦ ମିଲିୟନ ବ୍ରିଟିସ ପାଉଣ୍ଡ (୩୩୪ ମିଲିୟନ ଡଲାର) ନିବେଶ କରାଯିବ, ଯାହା ଏକ ବିକ୍ରେତା ଅଫିସ ସହ କ୍ଲିନିକାଲ ଟ୍ରାଏଲ, ଗବେଷଣା, ବିକାଶ ଓ ନିିର୍ମାଣ କାର୍ଯ୍ୟ କରିବ ।
ବିଟିସ ପ୍ରଧାନମନ୍ତ୍ରୀ ଅଫିସ ପକ୍ଷରୁ କୁହାଯାଇଛି କି, ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନିବେଶ ଯୋଜନା ଭାରତ ସହ ହୋଇଥିବା ୧ ବିଲିୟନ ଡଲାରର ବ୍ୟାପାର ଓ ନିବେଶ ଡିଲର ଏକ ଅଂଶ । ଏହି ଡିଲରେ ୬୫୦୦ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ନିବେଶାର ଘୋଷଣା ସେତେବେଳେ ହୋଇଛି ଯେତେବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜନସନ ଓ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଭର୍ଚ୍ୟୁଆଲ କନଫେରେନ୍ସ ହେବାକୁ ରହିଛି ।
ସୂଚନା ଯୋଗ୍ୟ, ସେରମ ଇନଷ୍ଟିଚ୍ୟୁଟ ଦୁନିଆର ସବୁଠାରୁ ବଡ ଟୀକା ନିର୍ମାତା ସଂସ୍ଥା ଓ କରୋନା ଭୂତାଣୁ ବିରୋଧରେ ଶସ୍ତ।। ଏଷ୍ଟ୍ରାଜେନିକ ଟୀକ।। ତିଆରି କରିବାରେ ଆଗରେ ରହିଛି । କମ୍ପାନୀ ୟୁକେରେ ନିଜ ଏକ ଡୋଜର ଶେଷ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରି ଦେଇଛି ।