ଗିରଫ ହେଲେ ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ

ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ ଫ୍ଲାଟ ସମେତ ସପିଂ କମ୍ପ୍ଲେକ୍ସ, ୫ ଦାମୀ ପ୍ଲଟ, ୭୦୦ ଗ୍ରାମ ସୁନା ଅଳଙ୍କାର ଆଦି ମିଳିଥିଲା। ସେହିପରି ବ୍ୟାଙ୍କ ଜମା ୬୫ ଲକ୍ଷ, ନଗଦ ୧ ଲକ୍ଷ ୮୫ ଲକ୍ଷ ଠାବ ହୋଇଥିଲା।