‘ଅଜୟଙ୍କ ପାଇଁ ମୁଁ ସିଙ୍ଗଲ ଅଛି’ : ତବୁ

ବଲିଉଡରେ ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜର କ୍ରଶଙ୍କ ପାଇ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

(ମୁମ୍ବାଇ) : ବଲିଉଡରେ ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜର କ୍ରଶଙ୍କ ପାଇ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଏହି ଲିଷ୍ଟରେ ସଲମାନ ଖାନ, ଅକ୍ଷୟ ଖନ୍ନା, ନଗମା, ଅଭୟ ଦେୱଲ ଏବଂ ସୁସ୍ମିତା ସେନ, ତବୁଙ୍କ ନାମ ରହିଛି । ଏମାନଙ୍କ ମଧ୍ୟରେ ୯୦ ଦଶକରେ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ଅଭିନେତ୍ରୀ ତବୁଙ୍କ ବିବାହକୁ ନେଇ ପୁଣି ଚର୍ଚା ଜୋର ଧରିଛି ।

ତେବେ ନିଜର ବିବାହକୁ ନେଇ ତବୁ ଏକ ସାକ୍ଷାତକାରରେ କହିଛନ୍ତି ଯେ , ଯେତେବେଳେ ସେ ବହୁତ ଛୋଟ ଥିଲେ ତାଙ୍କ ଭାଇ ସମୀର ଅଜୟ ଦେବଗନଙ୍କ ପଡୋଶୀ ଥିଲେ। ତାଙ୍କର ଭାଇ ଏବଂ ଅଜୟ ଦେବଗନ ତାଙ୍କ ଉପରେ ଖାସ ନଜର ରଖୁଥିଲେ। ଯେବେ ବି କୌଣସି ପୁଅ ତାଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ ସେମାନେ ତାକୁ ଧମକାଉଥିଲେ। ସେହି ସମୟରେ ତବୁ ଅଜୟଙ୍କୁ ନେଇ କହିଥିଲେ, ମୁଁ ଆଜି ତାଙ୍କ ପାଇଁ ସିଙ୍ଗଲ ଅଛି। ତବୁ ଆହୁରି କହିଥିଲେ ଏଥିପାଇଁ ଅଜୟ ପସ୍ତାଇବେ। ଯଦି କେହି ଥାନ୍ତି ଯାହାଙ୍କ ଉପରେ ସେ ଭରସା କରିପାରିବେ ସେ ହେଉଛନ୍ତି ଅଜୟ ଦେବଗନ। ଅଜୟ ଏବଂ ତବୁ ବହୁତ ଭଲ ବନ୍ଧୁ।

ସୂଚନାନୁଯାୟୀ , ତବୁ ଅନେକ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ପ୍ରଦର୍ଶନ କରିଛନ୍ତି । ଏହି ଫିଲ୍ମ ମଧ୍ୟରେ ଚାନ୍ଦନୀ ବାର, ବିରାସତ, ମାଚିସ୍ ଏବଂ ଦୃଶ୍ୟମ ଭଳି ଅନେକ ଫିଲ୍ମ ସାମିଲ। ଦୀର୍ଘ ଦିନ ପରେ ୯୦ ଦଶକରେ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ଅଭିନେତ୍ରୀ ତବୁଙ୍କ ବିବାହକୁ ନେଇ ପୁଣି ଚର୍ଚା ଜୋର ଧରିଛି ।