୧୯ ବର୍ଷ ବୟସରେ ଅଭିନେତ୍ରୀ ସୁହାନୀ ଭଟନଗରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ  ଆମୀର ଖାନ୍‌ଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ‌ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନଗର । ମାତ୍ର ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଲୋକେ ସୁହାନୀଙ୍କ ଦଙ୍ଗଲ୍‌ ଗାର୍ଲ ଭାବେ ଜାଣନ୍ତି। ଏହି ଖବର ଏବେ ପ୍ରଶଂସକଙ୍କୁ ସ୍ତବ୍ଧ   କରି ଦେଇଛି।  କିଛି ସମୟ ପୂର୍ବରୁ ସୁହାନୀଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିପାଇଁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା।

ସୂଚନା ଅନୁଯାୟୀ, ସେ ସମୟ‌ରେ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା ଔଷଧଗୁଡ଼ିକ ତାଙ୍କ ଉପରେ ପାଶ୍ବ ପ୍ରତିକ୍ରିୟା ଦେଖାଇଥିଲା। ଯାହାଫଳରେ ଧୀରେ ଧୀରେ ତାଙ୍କ ଶରୀରରେ ତରଳ ପଦାର୍ଥ ଜମା ହେବାରେ ଲାଗିଲା। ତାଙ୍କୁ ଦୀର୍ଘ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। ଆଜି ସୁହାନୀଙ୍କର ଶେଷ ରୀତି ଫରିଦାବାଦର ସେକ୍ଟର -୧୫ ର ଅଜୌରନ୍ଦା ଶ୍ମଶାନରେ କରାଯିବ। ସୁହାନୀ ଭଟନଗର ବଲିଉଡର ଜଣେ ପ୍ରସିଦ୍ଧ ଶିଶୁ କଳାକାର ଥିଲେ।