ଭୁବନେଶ୍ୱର:ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ଜିନା ସାମଲ। 2015ରୁ ସେ ବିଜେଡି ପାଇଁ କ୍ୟାମ୍ପେନ କରୁଥିଲେ। କିଛି ଦିନ ପାଇଁ ବିଜେପିକୁ ଯାଇଥିଲେ। ହେଲେ ଏବେ ବିଜେଡିକୁ ଫେରି ଆସିଛନ୍ତି। ଏ ମିଶ୍ରଣ ପର୍ବରେ ଦଳ ସଭାପତି ଓ ସଂଗଠନ ସମ୍ପାଦକଙ୍କ ତରଫରୁ ସସ୍ମିତ ପାତ୍ର ତାଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି। ସେପଟେ ବିଜେଡିରେ ସଦସ୍ୟ ହୋଇ ଥିବାରୁ ନିଜେ ଗର୍ବିତ ବୋଲି କହିଛନ୍ତି ଜିନା। ମୁଖ୍ୟମନ୍ତ୍ରୀଙ୍କ ନୀତିଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ବିଜେଡିରେ ହିଁ ନାରୀଙ୍କୁ ସମ୍ନାନ ମିଳୁଛି ବୋଲି ମତ ରଖିଛନ୍ତି ଜିନା।