ଚକଦା ଏକ୍ସପ୍ରେସ ଜରିଆରେ ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା

ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ଅନୁଷ୍କା ଶେଷଥର ୨୦୧୮ରେ ଫିଲ୍ମ ଜିରୋରେ ଲିଡ ରୋଲରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଏକ ଫିଲ୍ମ, ଚକଦା ଏକ୍ସପ୍ରେସର ସୁଟିଂ ପୂରା ହୋଇଥିଲେ ମଧ୍ୟ ରିଲିଜ ହୋଇ ନାହିଁ । ତେବେ ନିକଟରେ ମିଳିଥିବା ସୂଚନା ଅନୁସାରେ ଖୁବ ଜଲଦି ଏହି ଫିଲ୍ମ ରିଲିଜ ହେବ । ତେବେ ସାତ ବର୍ଷପରେ ଏହି ଫିଲ୍ମ ଜରିଆରେ ଅନୁଷ୍କା ବଡ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମଟି କ୍ରିକେଟର ଝୁଲନ ଗୋସ୍ୱାମୀଙ୍କର ବାୟୋପିକ, ଯିଏ କି ଭାରତୀୟ ମହିଳା କ୍ରିକେଟ ଟିମ୍‌ର କ୍ୟାପେଟନ ଦାୟିତ୍ୱ ତୂଲାଇ ସାରିଛନ୍ତି । ତେବେ ସୂଚନା ଅନୁସାରେ ନିକଟରେ ମହିଳା କ୍ରିକେଟ ଦଳ ବିଶ୍ୱକପ ଜିତିବା ପରେ ଫିଲ୍ମର ପ୍ରଯୋଜକ ଏହାକୁ ରିଲିଜ କରିବାକୁ ଆଗ୍ରହ ଦେଖାଇବାରେ ଲାଗିଛନ୍ତି । ସେ ନେଟଫ୍ଲିକ୍ସକୁ ପତ୍ର ଜରିଆରେ ଫିଲ୍ମର ରିଲିଜ୍‌କୁ ନେଇ ଅନୁରୋଧ କରିଛନ୍ତି । ସେହିଭଳି ଏହି ଖବର ଜଣା ପଡିବାପରେ ଅନୁଷ୍କାଙ୍କ ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ସେମାନଙ୍କ ପ୍ରିୟ ହିରୋଇନଙ୍କୁ ବଡପରଦାରେ ପୁଣି ଦେଖିବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି ।

Chakda Xpress, film on Jhulan Goswami to be launched on Netflix - Female  Cricket