କରୋନାରେ ବିକ୍ରମଜୀତ କନୱରପାଲଙ୍କ ନିଧନ

ମୁମ୍ବାଇ: ଆଉ ଜଣେ ଜାତୀୟ ଅଭିନେତାଙ୍କ କରୋନା ନେଲା ଜୀବନ । ଟିଭି ଓ ବଲିଉଡରେ ଅଭିନୟ କରି ନାମ କମାଇଥିବା ଅଭିନେତା ବିକ୍ରମଜୀତଙ୍କ କରୋନାରେ ଗତକାଲି ୫୨ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଫିଲ୍ମମେକର ଅଶୋକ ପଣ୍ଡିତ ଟ୍ୱିଟରରେ ସୂଚନା ଦେଇଛନ୍ତି । ଆର୍ମିୁ ଅବସର ନେବା ପରେ ଅଭିନୟ ଆରମ୍ଭ କରିଥିଲେ ବିକ୍ରମଜୀତ । ଦୀର୍ଘ ୧୭ ବର୍ଷର କ୍ୟାରିଅରେ ବିଭିନ୍ନ ହିଟ ଫିଲ୍ମ ଓ ପପୁଲାର ଟେଲି ସିରିଏଲରେ ନିଜ ଅଭିନୟ କରିଛନ୍ତି। ପେଜ-୩, ରକେଟ ସିଂ, ସେଲ୍ସମ୍ୟାନ ଅଫ ଦି ଇୟର, ମର୍ଡର-୨, ଟୁ ଷ୍ଟେଟସ୍, ଦ୍ ଗାଜି ଆଟାକ ଆଦି ଫିଲ୍ମ ଓ ସେହିପରି ଟେଲି ଜଗତରେ ମଧ୍ୟ ସେ ନିଜ ଅଭିନୟ ଛାପ ଛାଡ଼ି ଯାଇଛନ୍ତି। ଦିଆ ଔର ବାତି, ୟ ହେ ଚାହତେ, ଦିଲ ହି ତୋ ହେ ଆଦି ସିରିଏଲରେ ଦମଦାର ରୋଲ ପ୍ଲେ କରିଥିଲେ ବିକ୍ରମଜିତ।