ବାବୁସାନଙ୍କ ବାହୁ ବନ୍ଧନରେ ୯ ବର୍ଷ

ବାଦ ବିବାଦ ଭିତରେ ପୂରିଲା ୯ ବର୍ଷ । ଟିକିଏ ରାଗ-ଋଷା, ଟିକେ ମାନ ଅଭିମାନରେ ୯ ବର୍ଷର ଦାମ୍ପତ୍ୟ ଜୀବନ । ଆଜି ଓଲିଉଡର ଚକଲେଟ ବୟ ବାବୁ ସାନଙ୍କ ୱେଡିଂ ଆନିଭରସରୀ । ବାବୁସାନ ଓ ତୃପ୍ତିଙ୍କ ବିବାହକୁ ପୁରିଛି ୯ ବର୍ଷ ।

ବ୍ୟୁରୋ :  ବାଦ ବିବାଦ ଭିତରେ ପୂରିଲା ୯ ବର୍ଷ । ଟିକିଏ ରାଗ-ଋଷା, ଟିକେ ମାନ ଅଭିମାନରେ ୯ ବର୍ଷର ଦାମ୍ପତ୍ୟ ଜୀବନ । ସ୍କୁଲ ଟାଇମରେ ଦେଖା, ବନ୍ଧୁତା ଆଉ ବନ୍ଧୁତାରୁ ପ୍ରେମ । ଶେଷରେ ସେହି ପ୍ରେମ ଦେଲା ପତି-ପତ୍ନୀର ଏକ ନୂଆ ପରିଚୟ । ହଁ ଆମେ କହୁଛି ବାଳୁଙ୍ଗା ଟୋକାଙ୍କ ବିବାହ ବନ୍ଧନ କଥା । ଆଜି ଓଲିଉଡର ଚକଲେଟ ବୟ ବାବୁ ସାନଙ୍କ ୱେଡିଂ ଆନିଭରସରୀ । ବାବୁସାନ ଓ ତୃପ୍ତିଙ୍କ ବିବାହକୁ ପୁରିଛି ୯ ବର୍ଷ । ଅନେକ ବର୍ଷର ପ୍ରେମ ସମ୍ପର୍କକୁ ୨୦୧୪ ମସିହା ଆଜିର ଦିନରେ ଦେଇଥିଲେ ନୂଆ ପରିଚୟ । ସ୍କୁଲ ଲାଇଫରୁ ଦୁହେଁ ପରସ୍ପରକୁ ପସନ୍ଦ କରୁଥିଲେ । ଆଉ ଶେଷରେ ୨୦୧୪ରେ ଭୁବନେଶ୍ୱର ଏସଡିଜିଏମ କୋର୍ଟରେ ହାତକୁ ଦୁଇ ହାତ ହୋଇଥିଲେ । ମାତ୍ର ୨୩ ବର୍ଷ ବୟସରେ ଦୁହେଁ ପରସ୍ପରକୁ ଦାମ୍ପତ୍ୟ ଜୀବନରେ ଛନ୍ଦି ଦେଇଥିଲେ ।

ଏହି ୯ବର୍ଷର ଦାମ୍ପତ୍ୟ ଜୀବନ ଭିତରେ ଦୁହିଁଙ୍କ ମଧ୍ୟରେ ଦେଖା ଦେଇଛି ଅନେକ ମନମାଳିନ୍ୟ । କିନ୍ତୁ ତଥାପି କେବେ ଦୁହେଁ ପରସ୍ପରର ହାତ ଛାଡି ନାହାନ୍ତି । ଦର୍ଶକ ବନ୍ଧୁ ଆପଣ ଜାଣିଥିବେ କିଛି ମାସ ତଳେ ବାବୁସାନଙ୍କୁ ନେଇ ଦେଖା ଦେଇଥିଲା ବିବାଦ । ପତ୍ନି ତୃପ୍ତି ବାବୁସାନ ଓ ଅଭିନେତ୍ରୀ ପ୍ରକୃତିଙ୍କୁ ରାସ୍ତାରେ ଅଟକାଇ କରିଥିଲେ ହାଇଡ୍ରାମା । ଯାହା ପରେ ଏହି ଷ୍ଟାର କଳି ପଦାରେ ପଡିଥିଲା । ଯାହା ଫ୍ୟାନ୍ସଙ୍କ ସମେତ ନିଜ ଜୀବନରେ ମଧ୍ୟ ଏକ ବଡ କୁପ୍ରଭାବ ପକାଇଲା । ଯାହା ପରେ ଥାନାରେ ମାମଲା ହେବା ସହ ଘଟଣା ଚର୍ଚ୍ଚାର ବିଷୟ ପାଲଟିଲା । ବାବୁସାନଙ୍କୁ ଛାଡି ନିଜ ଘରକୁ ଚାଲିଗଲେ ତୃପ୍ତି । ମାନ ଅଭିମାନରେ ଛନ୍ଦିି ହୋଇ ଖୁବ କମ ଦିନ ପାଇଁ ଦୁହେ ଅଲଗା ରହିଲେ । କିନ୍ତୁ କୁହାଯାଏ ନା ଯେଉଁଠି ପ୍ରେମ ଆଉ ବିଶ୍ୱାସ ଅଛି ସେଠି କିଛି ବି ବିବାଦ ଧୂଳିସାତ ହୋଇଯାଏ ।

କାରଣ ଦାମ୍ପତ୍ୟ ଜୀବନର ମୂଳୁଦୁଆ ହେଉଛି ବିଶା୍ୱସ । ଶେଷରେ ସେହି ପ୍ରେମର ବିଶ୍ୱାସ ଦେଇ ବାବୁସାନ ଗଲେ ତୃପ୍ତିଙ୍କ ପାଖକୁ । ଆଉ ତାଙ୍କ ହାତ ଧରି ପୁଣି ନିଜ ସାଙ୍ଗରେ ନେଇ ଆସିଲେ ବାବୁସାନ । କାରଣ ଛୋଟ ବେଳେର ଭଲପାଇବାକୁ ଏମିତି ଛାଡି ଦେଇ ନଥାନ୍ତେ ଲଭର ବୟ । ଅନେକ ବର୍ଷର ପ୍ରେମ କାହାଣୀ ଆଉ ତା ସହ ୯ ବର୍ଷର ବିବାହ ବନ୍ଧନରେ ପରସ୍ପରର ସମ୍ପର୍କ ଆହୁରି ଦୃଢ ହୋଇଯାଇଛି । ତେବେ ବାବୁସାନ ଓ ତୃପ୍ତିଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି । ଯାହାଙ୍କୁ ନେଇ ଖୁସିରେ ଜୀବନ ବିତାଉଛନ୍ତି ପୂରା ପରିବାର । ଏହି ଷ୍ଟାର କପଲଙ୍କ ମ୍ୟାରେଜ ଆନିଭରସରିରେ ରିପୋଟର୍ସ ଟୁଡେ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ଆହୁରି ସୁଦୃଢ ହେଉ ।