ଭୁବନେଶ୍ବର : ପ୍ରବଳ ଖରାରେ କାମ କରାଇବା ମନା । କାମ କରାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଖରାରେ କାମ କରାଇବାକୁ କଡାକଡି ଭାବେ ବାରଣ କରାଯାଇଛି । ଏନେଇ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏଥିରେ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରେ କାମ କରାଇବାକୁ ମନା କରାଯାଇଛି । କିଛି ଜିଲ୍ଲାର ଏବେ ବି ଖରାରେ ଶ୍ରମିକଙ୍କୁ କାମ କରାଉଥିବା ଦେଖିବାକୁ ମିଳିବା ପରେ ଏମିତି ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅବମାନନା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।
କହିରଖୁଛୁ ଗ୍ରୀଷ୍ମପ୍ରବାହ ନେଇ ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । କଟକ, ନୟାଗଡ, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜିଠୁ ୫ ଦିନ ଯାଏଁ ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଥିବା ନେଇ ସତର୍କ କରାଯାଇଛି । ବିଶେଷ କରି ଉପକୂଳ ଓଡିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ନେଇ ଆକଳନ କରାଯାଇଛି । ସେପଟେ, ସାଧାରଣ ଲୋ , ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି , ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ଖରାର ପିକ ସମୟ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦେଲା ବିଭାଗ ।