ଆଇପିଏସ ଅଫିସରଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଆଇପିଏସ୍ ଏନ. ବି.ଭାରତୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଗୃହ ବିଭାଗ ପକ୍ଷରୁ ଆଇପିଏସ ଅଫିସରଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ | ୧୯୯୮ ବ୍ୟାଚ ଓଡିଶା କ୍ୟାଡର ଆଇପିଏସ୍ ଏନ. ବି.ଭାରତୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ | ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଯୋଗ ଦେଇନାହାନ୍ତି ଏହି ବରିଷ୍ଠ ଆଇପିଏସ | ଖବରକାଗଜରେ ନୋଟିସ ଜାରି କଲା ଓଡିଶା ପୋଲିସ ମୁଖ୍ୟାଳୟ | କାହିଁକି ତାଙ୍କୁ ଚାକିରିରୁ ବହିଷ୍କାର କରାନଯିବ ସେ ନେଇ ୧୫ ଦିନରେ ପକ୍ଷ ରଖିବାକୁ ନୋଟିସ |

 

କର୍ଣ୍ଣାଟକର ତିନୋଟି ଠିକଣାକୁ ନୋଟିସ ପଠାଗଲା | ୨୦୧୭ ନଭେମ୍ବର ୨୩ ରେ ଏହି ଆଇପିଏସ ଙ୍କ ବିରୋଧରେ ହୋଇଥିଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ | Human right protection cell ର IG ଭାବେ ସେତବେଳେ ତାଙ୍କୁ ନିଯୁକ୍ତି ମିଳିଥିଲା |୨୦୨୦ ଜାନୁଆରୀ ୩ ରେ ଘଟଣାର ତଦନ୍ତ ଭାର ନେଇଥିଲେ ବରିଷ୍ଠ ଆଇପିଏସ୍ ବିନୟତୋଷ ମିଶ୍ର | ତଥାପି ସେ ଗୃହ ବିଭାଗର ବିନା ଅନୁମତିରେ ବେନିୟମ ଭାବେ କାର୍ଯ୍ୟରେ ଯୋଗ ଦେଇନଥିଲେ | ଆଜି ଖବରକାଗଜ ଜରିଆରେ ବିଜ୍ଞାପନ ନୋଟିସ କାଢ଼ିଲା ପୋଲିସ ମୁଖ୍ୟାଳୟ |