ଭୁବନେଶ୍ୱର : ନାବାଳକ ନିଖୋଜ ମାମଲା। ଘଟିଲା ବଡ ଅଘଟଣ। ନାବାଳକଙ୍କୁ ନେଇ ଆସୁଥିବା ଫର୍ଚୁନର ଗାଡ଼ି ହେଲା ଦୁର୍ଘଟଣାଗ୍ରସ୍ଥ। ଦଶପଲ୍ଲା – ବାଣୀଗୋଛା ରାସ୍ତାରେ ଓଲଟିଲା ପିଲା ଆସୁଥିବା କାର। ବାଣୀଗୋଛା ମେଡିକାଲ୍ ସ୍ଥାନାନ୍ତର ହୋଇଥିବା ମିଳିଛି ସୂଚନା। ଟିଟିଲାଗଡରୁ ଭୁବନେଶ୍ୱର ଆସୁଥିଲେ।
ଦଶପଲ୍ଲା ବାଣୀଗୋଛା ମୁଖ୍ୟ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆହତଙ୍କୁ ନିକଟସ୍ଥ ମେଡିକାଲ୍ ନିଆଯାଇଥିବା ସୂଚନା ଦେଇଛନ୍ତି ନିଖୋଜ ଥିବା ସ୍କୁଲ ଛାତ୍ରଙ୍କ ମାମୁଁ। ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ପରିବାର ଲୋକଙ୍କୁ ନଦେଇ କାହିଁକି ନିଜେ ଆଣିଲା ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ମାମୁଁ।