ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପ-ପୁଅଙ୍କୁ ଏସିଡ ମାଡ

କୃଷ୍ଣପ୍ରସାଦ/ସୁଜିତ୍ ସାହୁ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପ-ପୁଅଙ୍କୁ ଏସିଡ ମାଡ, ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର | ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଉଆସପଦର ଗ୍ରାମରେ | ଉକ୍ତ ଗ୍ରାମର ସନ୍ତୋଷ ମହାରଣା ଓ ଅଧିକାରୀ ତରାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ପୂର୍ବ ବିବାଦ ରହିଥିଲା| ତେବେ ଆଜି ଅଧିକାରୀ ତରାଇ ଓ ତାଙ୍କ ପୁଅ ରାଜେନ୍ଦ୍ର ତରାଇ ବିଲରେ କାମ କରୁଥିବା ସମୟରେ ସନ୍ତୋଷ ମହାରଣା ଉଭୟ ବାପ-ପୁଅଙ୍କୁ ଏସିଡ ଆକ୍ରମଣ କରିଥିଲେ |

ଏସିଡ ଆକ୍ରମଣରେ ଆହତ ଉଭୟ ବାପ-ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଓ ଅବସ୍ଥା ଆହୁରି ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି | ତେବେ ଏ ନେଇ ଅଧିକାରୀ ତରାଇଙ୍କ ପରିବାର ତରଫରୁ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି ଓ ଅଭିଯୋଗ ଆଧାରରେ କୃଷ୍ଣପ୍ରସାଦ ଥାନା ପୋଲିସ ସନ୍ତୋଷ ମହାରଣା ଅଟକ ରଖି ପଚାର ଉଚରା କରୁଥିବା ସୂଚନା ରହିଛି |