ଏସ୍ପିଙ୍କ ନାମରେ ଫେକ ଆକାଉଣ୍ଟ କରି ଗିରଫ ହେଲେ ଯୁବକ

ଗୋପ/ଜୟନ୍ତ କୁମାର ସେଠୀ: ପୁରୀ ଏସ୍ପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ ଅଭିଯୋଗ ପରେ ଗିରଫ ହେଲେ ଅଭିଯୁକ୍ତ ଯୁବକ ମନୋଜ ସାହୁ । ୨୨ ବର୍ଷୀୟ ଯୁବକଙ୍କ ଘର ଯାଜପୁର କୋରେଇ ଅଂଚଳ ରେ । ତାହାରପୁର କୋରେଇ ଅଞ୍ଚଳର ଏହି ଯୁବକ ଜଣକ ପୁରୀ ଏସ୍ପିଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ କରି ଏସ୍ପି କନବର ବିଶାଲ ସିଂହଙ୍କ ଫୋଟୋ ବ୍ୟବହାର କରିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ଟଙ୍କା ଦାବି କରୁଥିଲା ।ଘଟଣା ସମ୍ପର୍କରେ ଏକ ଟେଲିଫୋନ କଲ ମାଧ୍ୟମରେ ସୂଚନା ପାଇବା ପରେ ପୁରୀ ସାଇବର କେଶନମ୍ବର ୨୫ ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଫରୱାର୍ଡ କରାଯାଇଛି । ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସଙ୍କ ନେତୃତ୍ୱରେ ଗଠିତ ଟିମ ଯୁବକକୁ ଟ୍ରେସ କରିବା ସହ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଫେକ କଲ କିମ୍ବା ମେସେଜ ଆସୁଥିଲେ ଏହାକୁ ତୁରନ୍ତ ବିଶ୍ୱାସ ନକରି ସାଇବର ହେଲ୍ପ ଲାଇନ ନମ୍ବର -6370967100 ରେ ଜଣାଇବାକୁ ଅନୁରୋଧ କରିଛି ପୁରୀ ପୋଲିସ ।